ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ହାଦୁଭାଙ୍ଗି ଠାରୁ ଗାଇବା ରାସ୍ତାଟି ଅତି ସୋଚନୀୟ ଅବସ୍ଥାରେ ରହିଛି । ଏହି ରାସ୍ତାରେ ଯାଉଥିବା ଲୋକମାନେ ବହୁ ବିପଦର ସମ୍ମୁଖିନ ହୋଇ ଯିବା ଆସିବା କରୁଛନ୍ତି । ଏହି ରାସ୍ତାଟି ସମ୍ପୂର୍ଣ ଖାଲ ଢେପ ହୋଇ ରହିଥିବା ବେଳେ ବର୍ଷା ହେଲେ ପାଣି ଜମି ରହିବା ଦ୍ଵାରା ମୋଟର ସାଇକେଲରେ ଯାଉଥିବା ଲୋକେ ଗାତରେ ପଡି ଆଘାତ ହେଉଛନ୍ତି । ଗାଁ ଲୋକେ ରୋଗରେ ପଡିଲେ ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି ନେବା ପାଇଁ ଏହି ରାସ୍ତା ଦେଇ ଯିବାକୁ ପଡିଥାଏ । ଏହି ରାସ୍ତାରେ ନେବା ସମୟରେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇ ଚିକିତ୍ସାଳୟକୁ ଯାଇଥାନ୍ତି । ଏହି ସମ୍ପର୍କରେ ବହୁ ବାର ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ ଏହାର କୌଣସି କାର୍ଯ୍ୟକାରୀ କରାଯାଉ ନ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଆସନ୍ତା ଦିନରେ ଯଦି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇ କୌଣସି କାର୍ଯ୍ୟ କରା ନ ଯାଏ ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା