

ଛତ୍ରପୁର (ସମୃଦ୍ଧ ଓଡିଶା) ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଗୋଷ୍ଠୀ ସହନଶୀଳ ଦକ୍ଷତା ବୃଦ୍ଧି କର୍ମଶାଳା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ସ୍ଵସ୍ତି ପାମ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । CARITAS, India ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତୁର୍ପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଶ୍ରୀ ପୃଷ୍ଟି ଜଣାଇ ଥିଲେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସରକାରଙ୍କ ବ୍ୟତୀତ ବିଭିନ୍ନ ବେସରକାରୀ ସଂସ୍ଥା, ସ୍ଥାନୀୟ ପ୍ରତିନିଧି, ଅଞ୍ଚଳର ଅଧିବାସୀମାନଙ୍କର ଗୁରୁତ୍ୱୁପୂର୍ଣ ଭୂମିକା ରହିଛି । ବିପର୍ଯ୍ୟୟ ପୂର୍ବ ଓ ପରବର୍ତ୍ତି ସମୟରେ ଉଧାର ଓ ରିଲିଫ କାର୍ଯ୍ୟ ପାଇଁ ସମସ୍ତଙ୍କ ସହଭାଗିତାର ଆବଶ୍ୟକତା ରହିଛି । ଏହା ଦ୍ଵାରା ବ୍ୟାପକ ଧନ ଜୀବନ ରକ୍ଷା କରାଯାଇପାରିବ । ବିପର୍ଯ୍ୟୟ ପରିଚାଳନା ପାଇଁ ଅଂଶିଦାର ମାନଙ୍କ ସହନଶୀଳ ଦକ୍ଷତା ବୃଦ୍ଧି କରିବା ଆବଶ୍ୟକ ଏଥି ସକାଶେ ବିଭିନ୍ନ ସମୟରେ ସମ୍ପୃକ୍ତ ଅଂଶୀଦାରମାନଙ୍କୁ ତାଲିମ ପ୍ରଦାନ କରାଯିବ । ଗଞ୍ଜାମ ଜିଲ୍ଲାରେ ପ୍ରତି ବର୍ଷ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ଥିବାରୁ ଏହାର ସଫଳ ମୁକାବିଲା ପାଇଁ ଗୋଷ୍ଠୀ ସହନଶୀଳର ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି । ଏହି କର୍ମଶାଳାରେ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ନିଜ ନିଜ ବିଭାଗ ଦ୍ଵାରା ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ବୁଝାଇ ଦିଆଯାଇଥିଲା । ଏହି କର୍ମଶାଳାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ଵାଇଁ, ଗଞ୍ଜାମ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ଗଞ୍ଜାମ ସର୍ମିଷ୍ଠା ପ୍ରଧାନ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଖଲିକୋଟ ଦୈତାରୀ ବେହେରା, ପଞ୍ଚାୟତ ସମିତି ଖଲିକୋଟ ଉନ୍ନୟନ ଅଧିକାରୀ ମିତାଲି ପାତ୍ର ଏବଂ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉମାକାନ୍ତ ଦାସ, ଜଗନ୍ନାଥପ୍ରସାଦ ରେଞ୍ଜ ଅଧିକାରୀ, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ. ହରମୋହନ ପଣ୍ଡା, ବ୍ରହ୍ମପୁର ବିଭାଗୀୟ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ପାଞ୍ଚାୟତ ଅଧିକାରୀ ଗୁରୁଭା ସିଂହ, ଉଦ୍ୟାନ ବିଭାଗ ନିର୍ଦ୍ଦେଶକ, ଜିଲ୍ଲା ସଂଯୋଜକ, ଓଏସଡିଏମଏ(OSDMA) ଜୀବନ୍ତ କୁମାର ଛିଞ୍ଚାଣି, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଓଏସଡିଏମଏ(OSDMA) ଅବନୀକାନ୍ତ ଭୂୟାଁ, ଏସଡବ୍ଲୁଏ (SWAD) ସଂସ୍ଥାର ନିର୍ଦ୍ଧେଶକ ବିମଲ ନାୟକ, CARITAS Indiaର ପ୍ରକଳ୍ପ ସଂଯୋଜକ ଯୁଗଳ କିଶୋର ଓ ପ୍ରକଳ୍ପ ସହକାରୀ ନୂତନ କୁମାର ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ଥାନୀୟ ସରପଞ୍ଚ ଏବଂ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନର କର୍ମକତାମାନେ ଅଂଶଗ୍ରହଣ କରିଥିଲେ । ଏହି କର୍ମଶାଳାଟିକୁ CARITAS India ସଂସ୍ଥାର ରାଜ୍ୟ ସଂଯୋଜକ ନୂତନ କୁମାର ଏବଂ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଓଏସଡିଏମଏ(OSDMA) ଅବନୀକାନ୍ତ ଭୂୟାଁ ପରିଚାଳନା କରିଥିଲେ । ଏବଂ ପରିଶେଷରେ ଏସଡବ୍ଲୁଏ(SWAD) ସଂସ୍ଥାର ଜିଲ୍ଲା ସଂଯୋଜକ ଇସ୍ରାଏଲ ଶବର ଧନ୍ୟବାଦ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


