

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ବିପର୍ଯୟ ସ୍ୱାସ୍ଥ୍ୟ ସେବାକୁ ବିରୋଧ କରି ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଢେଙ୍କାନାଳର ପୁରୁଣା ହସ୍ପିଟାଲକୁ ସିଟି ହସ୍ପିଟାଲ କରିବା ପାଇଁ ଦାବି କରି କୋର୍ଟ ପର୍ଯ୍ୟନ୍ତ ଯାଇ ଜିଲ୍ଲାପାଳ କାର୍ଯ୍ୟଳୟକୁ ଘେରାଉ କରିଥିଲେ । ଢେଙ୍କାନାଳ ଶିକ୍ଷା ଅନୁଷ୍ଠାନ ଓ କଲେଜ, କୋର୍ଟ, ବସ ଚଳାଚଳ ବନ୍ଦ କିନ୍ତୁ ଟ୍ରେନ ଚଳାଚଳ ହୋଇଥିଲା । ବିଭିନ୍ନ ବାଣିଜ୍ୟ ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା ବିଜେପି ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର ଓ ରୁଦ୍ର ନାରାୟଣ ପାଢ଼ୀ ଓ କୃଷକ ମୋର୍ଚ୍ଚାର ରାମଚନ୍ଦ୍ର ପାତ୍ର ବାର ଘଣ୍ଟିଆ ଢେଙ୍କାନାଳ ବନ୍ଦକୁ ସଫଳ କରାଇଥିଲେ ଏହି କାର୍ଯ୍ୟକ୍ରମରେ ବହୁ ବିଜେପି କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି

