ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୁର୍ଗରପୂଜା ପୂର୍ବରୂ ମଦ ମାଫିଆମାନେ ପଶ୍ଚିମବଙ୍ଗରୁ ବ୍ୟାପକ ଦେଶୀ ଓ ବିଦେଶୀ ଚୋରାମଦ ଆଣି ଉପାନ୍ତ ଜଳେଶ୍ୱର, ଭୋଗରାଇ ଅଂଚଳରେ ମହଯୁଦ କରି ରଖୁଥିବା ବେଳେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୩ ମହିଳା ସମେତ ୭ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏଥିରେ ମୋଟ ୧୩ ବୋତଲ ପଶ୍ଚିମବଂଗ ମାର୍କା କଣ୍ଟ୍ରି ସ୍ପିରିଟ୍ ଓ ୬୭ ଲିଟର ପଶ୍ଚିମବଂଗ ମାର୍କା ଦେଶୀ ମଦ ଜବଦ୍ ହୋଇଛି । ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏବଂ ସାରଦୀୟ ପୂଜାକୁ ଲକ୍ଷ୍ୟକରି ମଦମାଫିଆମାନେ ବ୍ୟପକ ଚୋରାମଦ ମହଜୁଦ କରୁଥିବାର ବାଲେଶ୍ୱର ଜିଲା ଅବକାରୀ ଏସ୍ପି ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ୱର ଅବକାରୀ ଥାନା ପକ୍ଷରୁ ରାଇବଣିଆର ଶାଳବଣୀ, ଗୋକୁଣ୍ଡି, କଲ୍ୟାଣପୁର, ଗୁରୁଦାସପୁର, ନାରାଣପୁର, ଲକ୍ଷ୍ମଣନାଥ, ଅଗ୍ରୱାଲାଛକ, କାଜିବାଗ, ହାଟସରିଶା, ମୋଟେଇବାଡ ଓ ବାଟଗ୍ରାମ ଅଂଚଳରେ ଏହି ଚଢାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରକାଶଯୋଗ୍ୟ ଅତୀତରେ ବାଲେଶ୍ୱର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ କେତେକ ଉପାନ୍ତ ଗ୍ରାମରେ ପଶ୍ଚିବଂଗରୁ ବ୍ୟାପକ ଚୋରାମଦ ଆସୁଥିବାର ଅଭିଯୋଗ ହୋଇଥିଲା । ଜଳେଶ୍ୱର ଅବକାରାୀ ଥାନା ଭାରପ୍ରାପ୍ତ ଅଧିକାରୀ ହରପ୍ରସାଦ ରଣା, ଏଏସ୍ଆଇ ଦୋଳକବିନ୍ଦ ଧଳ ଓ କନେଷ୍ଟବଳ ରାଜିବ ଭଂଜ, ମିନତୀ ଜେନା ଓ ମଂଗଲ ସିଂ ଚଢାଉ କରି ଗୋକୁଣ୍ଡିର ଉମେଶ ଜେନା, କଲ୍ୟାଣପୁରର ଚେମି ସିଂ, ଗୋରଦାସପୁରର ମିଲି ସିଂ, ବିରିଶପୁରର ରାମଚନ୍ଦ୍ର ମାରାଣ୍ଡି, କାଜିବାଗର ରାଣି ସରେନ୍, ହାଟ ସରିସାର କାଲୁ ହାଁସଦା ଓ ମୋଟେଇ ବାର୍ଡର ରମେଶ ମଣ୍ଡଳକୁ ଗିରଫ କରି ମୋଟ ୭ଟି ମାମଲା ରୁଜୁ କରାଯାଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା