

ରାୟଗଡ଼ା(ସମୃଦ୍ଧ ଓଡିଶା)ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ବିଜୟ ଶୋଭାଯାତ୍ରା କରିଛନ୍ତି । ରାୟଗଡାର ଅଧଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଆଶୀର୍ବାଦ ନେଇ ମନ୍ଦିରରୁ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ରାୟଗଡା ବ୍ଲକ୍ର କତାପେଟା, କୁମୁଟିପେଣ୍ଠ ଓ ଜେକେପୁର ଦେଇ ଅମଳାଭଟ୍ଟା ଛକଠାରେ ଶେଷ ହୋଇଥଲା । ନିଜର ସମର୍ଥକମାନଙ୍କୁ ସାଥିରେ ନେଇ ବିଧାୟକ ମକରନ୍ଦ ନିଜର ଶକ୍ତ ପ୍ରଦର୍ଶନ ମଧ୍ୟ କରିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ଆଦିବାସୀ ନୃତ୍ୟ ଓ ସମ୍ବଲପୁରୀ ବାଜା ଶହ ବାଣର ଶବ୍ଦରେ କମ୍ପି ଉଠିଥିଲା ରାୟଗଡା ସହର । ବିଜେଡିର ବରିଷ୍ଠ ନେତା କୃଷ୍ଣ ମହାପାତ୍ର ଏହି ଶୋଭାଯାତ୍ରାରେ ମକରନ୍ଦଙ୍କୁ ଫୁଲମାଳରେ ସ୍ୱାଗତ କରି ତାଙ୍କୁ ସହଯୋଗ କରିଥିଲେ ।