

ଢେଙ୍କାନାଳ (ସମୃଦ୍ଧ ଓଡିଶା) ମହାନ ବିପ୍ଲବୀ ତଥା ଗଡ଼ଜାତ ଗାନ୍ଧୀଙ୍କ ଜୟନ୍ତୀ ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଡ଼ିସିସି ପ୍ଲେ ସ୍କୁଲ ଠାରେ ଫୋରମର ସଭାପତି ପ୍ରଦ୍ୟୁମ୍ନ ରଥଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି l ସେ କହିଥିଲେ ଓଡ଼ିଶାର ଶିଳ୍ପ କୃଷି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଦେଶରୁ ଶିକ୍ଷା ଗ୍ରହଣକରି ଭାରତବର୍ଷରେ ଅନେକ କାର୍ଯ୍ୟ କରିଛନ୍ତି l ମୁଖ୍ୟ ଅତିଥି ରୂପେ ଶ୍ରମିକ ନେତା ତଥା ସାରଙ୍ଗଧର ଦାସ ଟ୍ରଷ୍ଟ ବୋର୍ଡର ଅନ୍ୟତମ ସଦସ୍ୟ ଯୋଗେନ୍ଦ୍ରନାଥ ତ୍ରିପାଠୀ ମାଲ୍ୟାର୍ପଣ ଓ ଧୂପ ଦାନ କରି କହିଥିଲେ ଯେ ସାରଙ୍ଗଧର ଦାସ ନିଜର ସମସ୍ତ ସମ୍ପତ୍ତି ଜିଲ୍ଲାପାଳଙ୍କ ନେତୃତ୍ୱରେ ଟ୍ରଷ୍ଟ ବୋର୍ଡ ଗଠନ କରି ଜନସାଧାରଣଙ୍କ ହିତ ପାଇଁ ଦାନ କରିଯାଇଛନ୍ତି l ଏହି ସଭାରେ ଢେଙ୍କାନାଳ କ୍ରାନ୍ତି ତଥା ଡ଼ିସିସି ପ୍ଲେ ସ୍କୁଲର ସଭାପତି ବରିଷ୍ଠ ଆଇନଜୀବୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ କହିଥିଲେ ଆମେରିକାରେ ପ୍ରଥମ ଭାରତୀୟ ଭାବେ ପାଦ ଥୋଇଥିଲେ ଏବଂ ସେଠାର ଝିଅକୁ ବିବାହ କରି ସଦର ବ୍ଲକ କାଇମାଟି ପଞ୍ଚାୟତ ଅନ୍ତର୍ଗତ ହରେକୃଷ୍ଣପୁର ପରି ଏକ ନିପଟ ମଫସଲରେ ବାସ କରୁଥିଲେ l ଫୋରମର ସମ୍ପାଦକ ଭରତ ଦାସ କହିଥିଲେ ସ୍ୱାଧୀନତା ସଂଗ୍ରାମରେ ସାରଙ୍ଗଧର ଦାସ ନେତୃତ୍ୱ ନେଇ ଜବାହାରଲାଲ ନେହେରୁଙ୍କ ସହିତ କାର୍ଯ୍ୟ କରିଥିଲେ ଓ ନିଜର ବରିଷ୍ଠ ବ୍ୟକ୍ତିତ୍ୱ ବଳରେ ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ପ୍ରଥମେ ନିର୍ବାଚିତ ହୋଇଥିଲେ l ଭାରତ ବର୍ଷରେ ଗଢ଼ିଉଠିଥିବା ସମସ୍ତ ଚିନି କଳ ସଂଗଠନ ଗୁଡିକୁ ଏକାଠି କରି ବମ୍ବେ ଠାରେ ସୁଗାର ହାଉସ ସ୍ଥାପିତ କରିଥିଲେ l ଯାହା ଏବେ “ସାରଙ୍ଗଧର ଭବନ ” ନାମରେ ନାମିତ l ଅନ୍ୟ ମାନଙ୍କ ମଧ୍ୟରେ ଫୋରମର ଉପସଭାପତି ପଙ୍କଜ ନାୟକ, ଦଳିତ ଶାଖା ସଭାପତି କୈଳାସ ନାଏକ, ସଦସ୍ୟ ସରୋଜ ଶତପଥୀ, ନଳିନୀ ଶତପଥୀ, ରୁଦ୍ର ମହାପାତ୍ର, ସହସଂପାଦକ ଗୁପ୍ତେଶ୍ୱର ମିଶ୍ର, ନଗର ସମ୍ପାଦକ ଦୟାନିଧି ବେହେରା, ଆଇନଜୀବୀ ଅମ୍ବିକା ମିଶ୍ର, କାମାକ୍ଷା ବେହେରା, ବିନୋଦ ମଲିକ, ଦୀନବନ୍ଧୁ ସେନାପତି, ଛାତ୍ରନେତା ବିଶ୍ୱଜିତ ବରାଳ, ରଞ୍ଜିତ ପାଣିଗ୍ରାହୀ, ବିଶ୍ବପ୍ରତାପ ସ୍ୱାଇଁ ପ୍ରମୁଖ ସ୍ମୃତି ଚାରଣ କରିଥିଲେ l ଶେଷରେ ଫୋରମର ମହିଳା ନେତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ l