ବିବାହର ୭ବର୍ଷ ପରେ ମହିଳାଙ୍କ ଆତ୍ମହତ୍ୟା : ଯୋଜନାବଦ୍ଧ ଭାବେ ହତ୍ୟା ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ଆକନା ଗ୍ରାମର ବଳରାମ ଗିରିଙ୍କ ସ୍ତ୍ରୀ ଅନିତା ଗିରି (୩୦)ଙ୍କର ମୃତଶରୀର ଉଦ୍ଧାର କରାଯାଇଛି । ବଳରାମ ସ୍ତ୍ରୀ ଅନୀତା ଓ ୫ବର୍ଷର ପୁଅକୁ ଘରେ ବାପା ମା ସହିତ ଛାଡି ବାହାରେ ରୋଷେୟା ଭାବେ କାର୍ଯ୍ୟ କରିବାକୁ ଯାଆନ୍ତି । ରବିବାର ସଂଧ୍ୟାରେ ଅନୀତା ତା ମା ପାଖକୁ ଫୋନ୍‌ରେ ତାକୁ ନିର୍ଯ୍ୟାତନ ଦିଆଯାଉଥିବାରୁ ତାକୁ ଆସିବାକୁ କହିଥିବା ବେଳେ ବଳରାମ ଅନୀତାର ଅସୁସ୍ଥ ଖବର ସଂପର୍କରେ ବାପ ଘରକୁ ଜଣାଇଥିଲେ । ଅନିତା ନିଜ ଶାଢୀରେ ଫାସି ହୋଇଥିବା ଶାଶୁ ଘରଲୋକେ କହିଥିବା ବେଳେ ବାଲିଆପାଳ ଥାନା ଅନ୍ତର୍ଗତ କେନ୍ଦୁଗଡିଆ ଗ୍ରାମର ଅନୀତାର ବାପା ମନ୍ମଥ ଗିରି ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଜଳେଶ୍ୱର ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ବିବାହର ୭ବର୍ଷ ମଧ୍ୟରେ ସ୍ୱାମୀ ଓ ଶ୍ୱଶୁର ଘରର ଲୋକେ ବିଭିନ୍ନ ଉପାୟରେ ନିର୍ଯ୍ୟାତନ ଦେଇ ଆସୁଥିବା ଓ ଏଥିଲାଗି ଗ୍ରାମ୍ୟ ବୈଠକ ବସିଥିବା ମନ୍ମଥ ଗିରି କହିଛନ୍ତି । ନାମ୍ପୋ ଫାଣ୍ଡି ଅଧିକାରୀ ଉମାକାନ୍ତ ମହାପାତ୍ର ଓ ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁ ଶବ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି । ବଳରାମକୁ ଥାନାରେ ଅଧକ ରଖାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା