ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ଏକ ଆଦିବାସୀ ପରିବାରର ଯୁବତୀଙ୍କୁ ସ୍ୱାମୀ ଓ ତାଙ୍କ ପରିବାର ପକ୍ଷରୁ ବାରମ୍ବାର ନିର୍ଯ୍ୟାଚନା ଦିଆଯାଉଥିବାରୁ ସୁଚିନ୍ତିତ ଉପାୟରେ ହତ୍ୟା କରାଯାଇଥିବାର ମୃତ ମହିଳାଙ୍କ ଭାଇ ଥାନାରେ ଅଭିଯୋଗ ଆଣିଛନ୍ତି ଓ ଉଚ୍ଚ ପଦସ୍ତ କର୍ମକର୍ତ୍ତାଙ୍କ ଦ୍ୱାରା ତଦନ୍ତ ଦାବି କରିଛନ୍ତି । ଘଟଣାରୁ ପ୍ରକାଶ ଏହି ଥାନାର ରାଜପୁର ଗ୍ରାମନିବାସୀ ବିକ୍ରମ ମାରାଣ୍ଡି ତାଙ୍କର ଭଉଣୀ ମାନ ହାଁସଦାକୁ ୨୦୧୩ ମସିହାରେ ଜଳେଶ୍ୱର ଥାନା ଅନ୍ତର୍ଗତ ମ୍ୟୁନିସିପାଲଟିର ପଥରପୁରାର ଦୁର୍ଗା ହାଁସଦାକୁ ବିବାହ ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଦୁର୍ଗା ହାଁସଦା ଓ ତାର ଭଉଣୀମାନେ ବିଭିନ୍ନ ଉପାୟରେ ଅତ୍ୟାଚାର ଓ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏପରିକି ଯୌତୁକ ନିର୍ଯ୍ୟାତନା ଦିଆଯାଉଥିବାର ଅଭିଯୋଗ ମଧ୍ୟ ହୋଇଛି । କିନ୍ତୁ ଗତ ୨୪ ତାରିଖ ରାତ୍ରି ୭ ଘଟିକାରେ ମାନ ହାସଦାକୁ କିରୋସିନୀ ଢାଳି ନିଆଁ ଲଗାଇ ଦିଆଯାଇଥିବାର ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ଭାଇ ବିକ୍ରମ ମାରାଣ୍ଡି । ଦଗ୍ଧ ଅବସ୍ଥାରେ ତାଙ୍କୁ ପ୍ରଥମେ ଭଟ୍ଟର ହସ୍ପିଟାଲ ଓ ପରେ ବାଲେଶ୍ୱରକୁ ଚିକିତ୍ସାଲାଗି ସ୍ଥାନାନ୍ତର କରାଯାଇଥିଲା । ମାର୍ଚ୍ଚ ୩୧ ତାରିଖରେ ତାର ମୁୃତ୍ୟୁ ଘଟିଥିବାରୁ ଏବଂ ଏକହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ବିକ୍ରମ ମାରାଣ୍ଡି ଅଭିଯୋଗ କରିବା ସହ ଉଚ୍ଚ ତଦନ୍ତ ଦାବି କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା