

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଯାଞ୍ଚ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ବିନା ମାସ୍କ ଧାରୀ, ସାମାଜିକ ଦୂରତା ନ ରଖିବା ଓ ବିନା ହେଲମେଟ ଧାରୀ ମାନଙ୍କ ଠାରୁ ୨ ଲକ୍ଷ ୨୩ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ୩ ଜଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସକୁ ମଧ୍ୟ ସିଜ୍ କରାଯାଇଛି । ସେହିପରି ପଂଚସୂତ୍ରୀ ନିୟମ ଉଲ୍ଲଂଘନ ନେଇ ଗୋଟାଏ ଦୋକାନକୁ ସିଲ୍ କରାଯିବା ସହିତ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ୭ଟି ଅବକାରୀ ମାମଲା ରୁଜୁ କରାଯାଇ ୨୯୩ ଲିଟର ମଦ ଜବତ କରାଯିବା ସହିତ ୭ ଜଣଙ୍କୁ ଗିରଫ୍ କରାଯାଇଥିବା ଗଞ୍ଜମ ପୋଲିସ୍ ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।
