ବ୍ରହ୍ମପୁର(ସମୃଦ୍ଧ ଓଡିଶା) ସର୍ବଭାରତୀୟ ବ୍ୟାଙ୍କିଙ୍ଗ ଅଫିସରମାନଙ୍କ ବିଭିନ୍ନ ଦାବିନେଇ AIBOCର ଆହ୍ୱାନ କ୍ରମେ ଆନ୍ଦୋଳନ ଡ଼ାକରାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ୨୧/୧୨/୧୮ ତାରିଖରେ ଧର୍ମଘଟରେ ସାମିଲ ହୋଇଥିଲେ। ସେମାନଙ୍କ ଦାବି ଗୁଡିକ ହେଲା ୧. ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ବ୍ୟବସାୟୀକ ବ୍ୟାଙ୍କ ଭଳି ଶୀଘ୍ର ଅବସର କାଳୀନ ପେନସନ ପ୍ରଦାନ ୨. କର୍ମଚାରୀ ମାନଙ୍କ ବେତନ ସଂଶୋଧନ, ୩. ସପ୍ତାହରେ ପାଞ୍ଚଦିନ ବ୍ୟାଙ୍କ କାରବାର ହେବାକୁ ମଞ୍ଜୁର କରିବା , ୪. ଅନାବେୟା ଋଣ ଆଦାୟ ଉପରେ ଧ୍ୟାନ, ୫. ବ୍ୟାଙ୍କ ମିଶ୍ରଣର ବିରୋଧ ଇତ୍ୟାଦି । ଏହି ଧର୍ମଘଟରେ ସମସ୍ତ ଗ୍ରାମୀଣ ବ୍ୟାଙ୍କର ଅଫିସର ସମ୍ପାଦକ ଶ୍ରୀ ନଳିନୀକାନ୍ତ ସାମନ୍ତରାୟଙ୍କ ନେତୃତ୍ୟରେ ସଭ୍ୟମାନେ ବ୍ରହ୍ମପୁରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆଞ୍ଚଳିକ କାର୍ଯ୍ୟାଳୟକୁ ଅଚଳ କରିଦେଇଥିଲେ । ଏଥିରେ ସଭ୍ୟ ଶ୍ରୀ ବି.ଭି ମଧୂସୁଧନ ରାଓ, ସାଗରିକ ପ୍ରଧାନ ସୁଧୀର କୁମାର ଵାଲା, ସନାତନ ବେହେରା, ଭଗବାନ ସାହୁ, ଯତୀନ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ । ଏହି ଧର୍ମଘଟ ଦ୍ୱାରା ନିକଟସ୍ଥ ଶାଖାଗୁଡିକ ମଧ୍ୟ ବନ୍ଦ ହୋଇଯାଇଥିଲା ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା