ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ୍ ଅନ୍ତର୍ଗତ ୬୭ ନଂ ଯୋନର ଶତାଧିକ ଚାଷୀ ଅମଳଧାନର ବିଭିନ୍ନ ଦାବୀ ନେଇ ହିଞ୍ଜିଳି ତହସିଲ କାର୍ଯ୍ୟଳୟ ଘେରାଉ କରିଛନ୍ତି । ବିଜେପି ନେତା ପୁର୍ବତନ କଞ୍ଚୁଡୁ ମଣ୍ଡଳ ସଭାପତି ଓ ଚାଷି ନେତା ଏନ କେଶବ ଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଆଜି ହିଞ୍ଜିଳି ତହସିଲ କାର୍ଯ୍ଯାଳୟ ରୁ ଶୋଭାଯାତ୍ରାରେ ବାହାରି ଜାତୀୟ ରାଜପଥ ଦେଇ ବିଜୁ ପଟ୍ଟନାୟକ ଛକଠାରେ ପଥପ୍ରାନ୍ତ ସଭା ଏବଂ ପରେ ପରେ ହିଞ୍ଜିଳି ତହସିଲ କାର୍ଯ୍ଯାଳୟ ଅଭିମୁଖେ ଶତାଧିକ ଚାଷୀଙ୍କୁ ନେଇ ଦାବି ପତ୍ର ଦେବା କାର୍ଯ୍ୟକ୍ରମ ହୋଇଥିଲା ।ପ୍ରକାଶ ଥାଉ କି ପୂର୍ବରୁ ଚାଷୀକୁଳ ର ସମସ୍ୟା ଏବଂ କ୍ଷୟକ୍ଷତିର କ୍ଷତିପୂରଣ ନେଇ ଏକ ଦାବି ପତ୍ର ହିଞ୍ଜିଳି ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା ।କିନ୍ତୁ କୌଣସି ଫଳପ୍ରଦ ନଥିବା ରେ ଆଜି ୬୭ ନମ୍ବର ଯୋନର ଶତାଧିକ ଚାଷୀ ଜାତୀୟ ରାଜପଥ ୫୯ରେ ବିକ୍ଷୋଭ ପ୍ରଦର୍ଶନ ସହ ଶୋଭାଯାତ୍ରାରେ ହିଞ୍ଜିଳି ତହସିଲଦାର ଙ୍କୁ ପୁନର୍ବାର ଦାବି ପତ୍ର ଦେଇଛନ୍ତି । ହିଞ୍ଜିଳି ବ୍ଳକର ସମସ୍ତ ଗ୍ରାମର ଚାଷୀ ଧାନ ଚାଷ ଉପରେ ନିର୍ଭରଶୀଳ । କିନ୍ତୁ ଚଳିତ ବର୍ଷ ଲଗାଣ ବର୍ଷାରେ ଧାନ ଅମଳ ସମୟରେ ଏହି ବର୍ଷା ଯୋଗୁଁ ୬୭ ନମ୍ବର ଯୋନ ଆଖପାଖ ଗ୍ରାମର ସମସ୍ତ ଚାଷୀଙ୍କ ଫସଲ ଉଜୁଡି ଯାଇଛି । ଚାଷୀଙ୍କ ବର୍ଷସାରା ପରିଶ୍ରମ ମାଟିରେ ମିଶିବା ସହ ଋଣ ଭାର ଏବଂ କ୍ଷୁଧା ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।ଯାହା ଫସଲ ଅମଳ ହୋଇ ସାରିଛି ମଣ୍ଡିକୁ ନେଲେ ମଧ୍ଯ ମିଲର ମାନେ ମଣ୍ଡିରୁ ଧାନ ନେଉ ନାହାନ୍ତି ।ଏଫକ୍ଯୁ ମାନ ନିର୍ଧାରଣରେ ଉତ୍ତୀର୍ଣ୍ଣ ହୋଇ ସାରିଧିବା ଧାନ ମଧ୍ୟ ମଣ୍ଡିରେ ପଡି ରହିଛି । ଯାହା ଫଳରେ ଚାଷୀ ହତାଶ ହୋଇଛି । ପ୍ରଶାସନ ସରକାରଙ୍କ ଉପରେ ଆସ୍ଥା ହରାଇଛନ୍ତି । ବର୍ଷାର ପ୍ରଭାବରେ ଅନେକ ଚାଷୀଙ୍କ ଧାନ ବର୍ତ୍ତମାନ ଗମ ହୋଇଗଲାଣି । କିନ୍ତୁ ଏହା ଉପରେ ଆଜି ପର୍ଯ୍ୟନ୍ତ ସରକାର କିମ୍ବା ପ୍ରଶାସନ ଏଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରି ନାହାନ୍ତି ।ସରକାର ଓ ପ୍ରଶାସନର ଏଭଳି ବେପାରୁଆ ମନ ବୃତ୍ତି ଦେଖି ଚାଷୀମାନଙ୍କ ମନରେ ଆନ୍ଦୋଳନ ର ଭାବନା କୁହୁଳିଲାଣି ତେଣୁ ଆଗାମୀ ସପ୍ତାହ ତଥା ୨୨ଜାନୁଆରୀ ତାରିଖ ସୁଦ୍ଧା ଯଦି ସରକାର କିମ୍ବା ପ୍ରଶାସନ ଚାଷୀ ମାନଙ୍କ ଗୁହାରି ନ ଶୁଣିବେ ତାହାହେଲେ ହତାଶ ଚାଷୀଙ୍କ ମନ ଭାବ ଆନ୍ଦୋଳନରେ ପରିଣତ ହେବ । ହିଞ୍ଜିଳି ବ୍ଳକ୍ ର ସମସ୍ତ ଚାଷୀଙ୍କୁ ନେଇ ଆନ୍ଦୋଳନ କରାଯିବ ବୋଲି ଆଜିର ଚାଷୀମାନେ ମତ ପ୍ରକାଶ କରିଛନ୍ତି । ଏବଂ ଧୀରେ ଧୀରେ ଜିଲ୍ଲା ସ୍ତରକୁ ବ୍ୟାପିବ ବୋଲି ଚେତାବନୀ ଦେଇଛନ୍ତି । ନିଜକୁ ଚାଷୀଙ୍କ ସରକାର କହୁଥିବା ବର୍ତ୍ତମାନର ସରକାର ଓ ପ୍ରଶାସନ ଏହି ଶାନ୍ତି ପୂର୍ଣ୍ଣ ମହତ ଆନ୍ଦୋଳନର ଦାୟୀ ରହିବେ ବୋଲି କହିଛନ୍ତି ।ଚାଷୀ ମାନେ ନିଜ ହକ ପାଇଁ ଜାତୀୟ ରାଜପଥ ଉପରେ ଧାରଣା ଦେବାକୁ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ସରକାର ଆଜି ଚାଷୀ ଙ୍କ ଗୁହାରିକୁ ନ ଶୁଣନ୍ତି ତେବେ ଆଗାମୀ ଦିନରେ ଏହି ଚାଷୀ ଆନ୍ଦୋଳନ ତୀବ୍ର ବେଗରେ ବଢି ଚାଲିବ କହିଛନ୍ତି । ଆଜିର ଏହି ଚାଷୀ ଆନ୍ଦୋଳନରେ ବିକାଶ ମହାନ୍ତି, ଦିବ୍ୟ ରଞ୍ଜନ ମହାନ୍ତି, ମଳୟ ସାହୁ, ପ୍ରଜତ କୁମାର ମହାନ୍ତି, ଚିନ୍ମୟ ପଟ୍ଟନାୟକ, ଡି. ଜଗନ୍ନାଥ ଏସ. ସୁଜିତ, ଏସ. ଫକୀର, ବଳରାମ ଗୌଡ଼ ପ୍ରମୁଖଙ୍କ ସମେତ ୬୭ ନମ୍ବର ଯୋନର ଶତାଧିକ ଚାଷୀ ଉପସ୍ଥିତ ଥିଲେ ।
ରିପୋର୍ଟ:-ରଜତ ପଟ୍ଟନାୟକ