ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଲେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ୍ ପାଟୱାରି ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ୧୩୬ ଗୋଟି ୱାର୍ଡରେ ସ୍ୱାସ୍ଥ୍ୟ ସର୍ଭେକ୍ଷଣ କରାଯାଇ ଏହିସବୁ ଅଞ୍ଚଳକୁ ଜିଲ୍ଲାପ୍ରଶାସନ ଗ୍ରୀନ ଜୋନ ଭାବେ ଚିହ୍ନଟ କରିଛନ୍ତି । ଛତ୍ରପୁର ସବଡିଭିଜନ ଅଧୀନସ୍ଥ ଛତ୍ରପୁର, ଗଞ୍ଜାମ, ଖଲିକୋଟ, ହିଞ୍ଜିଳିକାଟୁ, ପୁରୁଷୋତ୍ତମପୁର, ପୋଲସରା, ବେଗୁନିଆପଡା, କବିସୂର୍ଯ୍ୟନଗର ଆଦି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା ପୂର୍ବକ କୋରନା ରୋଗୀଙ୍କୁ ଚିହ୍ନଟ ପ୍ରକ୍ରିୟା କରାଯିବା ସାଙ୍ଗକୁ ଭ୍ରାମ୍ୟମାଣ ଚିକିତ୍ସା ସେବା ପ୍ରତିଟି ଗ୍ରାମ ଓ ସହରାଞ୍ଚଳରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଛତ୍ରପୁର ଉପଖଣ୍ଡକୁ କୋଭିଡ଼ ମୁକ୍ତ କରିବା ଦିଗରେ ବିହିତ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଅଗଷ୍ଟ ୧୫ ତାରିଖ ଠାରୁ ସେପ୍ଟେମ୍ବର ମାସ ୭ତାରିଖ ପର୍ଯ୍ୟନ୍ତ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦିଆଯିବା ଲାଗି ଜନସଧାରଣଙ୍କ ସୁବିଧା ଦୃଷ୍ଟିରୁ ହେଲ୍ପ ଲାଇନ ନମ୍ବର(ସ୍ୱାସ୍ଥ୍ୟ) ଉପଲବ୍ଧ ଥିବା ୮୮୯୫୯୭୨୦୦୪ ଏହି ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଛତ୍ରପୁର ସବଡିଭିଜନକୁ କୋଭିଡ଼ ମୁକ୍ତ କରିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ଛତ୍ରପୁର ଠାରେ ଅବସ୍ଥାପିତ ଶ୍ରୀମତୀ ପାରୁଲ ପଟ୍ଟିୟାର (ଆଇଏଏସ) ଶୁକ୍ରବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରେସ ମିଟ ଡକାଇଥିଲେ । ଜନସଧାରଣଙ୍କ ସତର୍କତା ଏବଂ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଛତ୍ରପୁର ସବଡିଭିଜନରେ ଅଦ୍ୟାବଧି ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମାତ୍ର ୬ଜଣ କୋରନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଗତ ଜୁଲାଇ ୨୩ ତାରିଖରେ ପଜିଟିଭି ସଂଖ୍ୟା ଥିଲା ୨୫୧ରୁ ଆଜି ସୁଧା ୧୦୦ରୁ ଉର୍ଦ୍ଧରେ ରହୁଛି, ମାନେ ପୋଜିଟିଭ ସଂଖ୍ୟ ବହୁ ଗୁଣରେ କମିବାରେ ଲାଗିଛି, ଧୀରେ ଧୀରେ କମିବା ସାଙ୍ଗକୁ ଏହାକୁ ଗ୍ରୀନ ଜୋନ ଭାବେ ପରିଗଣିତ କରାଯିବ ବୋଲି ଶ୍ରୀମତୀ ପଟ୍ଟିୟାର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ସେକ୍ସସନ୍ ଅଫିସର ପ୍ରଶାନ୍ତ କୁମାର ଶତପଥୀ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା