ବିଭିନ୍ନ ସଂଗଠନ ପକ୍ଷରୁ ସହିଦଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଲଗାତାର ଭାବେ ଆଜକୁ ୩ଦିନ ଧରି ଜଳେଶ୍ୱର ବିଭିନ୍ନ ସହରଠାରୁ ପଲ୍ଲିଯାଏ ବିଭିନ୍ନ ସଂଗଠନ ପକ୍ଷରୁ ଜମ୍ମୁକାଶ୍ମୀର ଫଲୱାମା ଠାରେ ହୋଇଥିବା ଆତଙ୍କବାଦୀଙ୍କ ହମ୍ଲାରେ ସହିଦ୍ ହୋଇଥିବା ବୀର ଯବାନ ମାନଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳୀ ସଭାମାନ ଅନୁଷ୍ଠିତ ହୋଇ ଆସୁଛି । ଆଜି ସଂଧ୍ୟାରେ ଜଳେଶ୍ୱର ବିଜେଡି ସଂଖ୍ୟାଲଘୁ ସେଲ୍ ପକ୍ଷରୁ ବୀର ଶହିଦ୍ ଯବାନମାନଙ୍କ ଉଦ୍ଦେଶ୍ୟରେ ଗ୍ୟାରେଜ ବଜାରଠାରୁ ବଡବଜାର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ । ଏଥିରେ ସଭାପତି ମୀର ଆବାସ ଅଲ୍ଲୀ, ଜିଲା ବିଜେଡି ସଂପାଦକ ହାସିରୁଦ୍ଦିନ ବକ୍ସ, ସେକ୍ ଅବଦୁଲ ହାକିମ୍, ସେକ୍ ମିରାଜ ମ୍ମ୍ଦ, ଆମ୍ଜାଦ୍ ଖାଁ, ନସରତ ତୁଲା, ସେକ୍ ଖେପ୍ପା ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ଅଗ୍ରୱାଲା ଛକ ଠାରେ ଗୋବରଘଟ୍ଟା ଓ ଲକ୍ଷ୍ମଣନାଥ ପଂଚାୟତର ପକ୍ଷରୁ ଏକ ସର୍ବଦଳୀୟ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ସୀମାନ୍ତ ପ୍ରାଥମକି ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଏହି ଶୋଭାଯାତ୍ରା ବାହାରି ଅଗ୍ରୱାଲା ଛକଠାରେ ହଜାର ହଜାର ଆବାଳ ବୃଦ୍ଧବନୀତା ଏକତ୍ରୀତ ହୋଇ ସହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଓଲମରା ପଂଚାୟତର ଶହ ଶହ ଆବାଳ ବୃଦ୍ଧବନିତା କ୍ୟାଣ୍ଡେଲ ଶୋଭାଯାତ୍ରାରେ ରାଜନଗର, ଗୋପାଳପୁର, ବ୍ରହ୍ମାପୁର, ମଂଗଳପୁର ଇତ୍ୟାଦି ଗ୍ରାମ ପରିକ୍ରମା କରି ଓଲମରାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ୪୨ଜଣ ଶହିଦ୍ଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇଥିଲା । ସରପଂଚ ଯତିନ୍ଦ୍ରନାଥ ମହାନ୍ତି, ପୂର୍ବତନ ପ୍ରଶାସନିକ ଅଧିକାରୀ ଅଜିତ୍ କୁମାର ଅତା, ଗୌର ଚନ୍ଦ୍ର ଦାସ, ଜାଇଳାପରିଷଦ ସଦସ୍ୟା ମାନିନୀ ପ୍ରମାଣିକ, ରାସବିହାରୀ ରଣା, ବ୍ରିଜେସ ରଣା ପ୍ରମୁଖଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ରାଜପୁର ପଂଚାୟତରେ ଯୁବନେତା ଶିଦ୍ଧାର୍ଥ ଶଂକର ପାଳ, ମଧୁସୂଦନ ପାଳ ପ୍ରମୁଖ ନେତୃତ୍ୱରେ ବହୁ ଯୁବକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଜଳେଶ୍ୱର ସହର ପରିକ୍ରମା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା