

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହନଗର ନିଗମ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ବ୍ରହ୍ମପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମହାନଗର ନିଗମ କାର୍ଯ୍ୟଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହ ମହାନଗର ନିଗମ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଏଲ ମୋହନ ଦାସଙ୍କ ନେତୃତ୍ୱରେ ବହୁ ଯୁବ ବିଜେପି କର୍ମୀ ଏକତ୍ରିତ ହୋଇ ବ୍ରହ୍ମପୁରର ବିଭିନ୍ନ ସମସ୍ୟା ଏବଂ ଦାବି ପୂରଣ କରିବା ନିମନ୍ତେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦାବି ପ୍ରକାରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ପୋଖରୀ ଥିବା ବେଳେ ଉକ୍ତ ପୋଖରୀର ସଠିକ ଭାବେ ରକ୍ଷଣାବେକ୍ଷଣ ହେଇପାରୁନାହିଁ ଏବଂ ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାରର ବୃହତ୍ତମ ଚିକିତ୍ସାକେନ୍ଦ୍ର ବ୍ରହ୍ମପୁର ଏମକେସିଜି ମେଡିକାଲରେ ନାନା ପ୍ରକାରର ସମସ୍ୟା ଥିଲେ ମଧ୍ୟ ଏହା ପ୍ରତି ୫ଟି ସରକାର ଦୃଷ୍ଟି ଦେଉନାହାନ୍ତି । ସେହିଭଳି ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିଲେ ମଧ୍ୟ ବିଦ୍ୟାଳୟରେ ଅଧ୍ୟାପକଙ୍କ ସମସ୍ୟା ଥିଲେ ମଧ୍ୟ ୫ଟି ସରକାର ଏହାକୁ ଅଣଦେଖା କରୁଛନ୍ତି । ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହେଲାଣି ଏହି ସମୟରେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଡ୍ରେନ ସମସ୍ୟା ଓ ରାସ୍ତା ସମସ୍ୟା କାରଣରୁ ବହୁ ଜନସାଧାରଣ ନାନା ପ୍ରକାର ସମସ୍ୟାର ଶିକାର ହେଉଛନ୍ତି କିନ୍ତୁ ଏହି ସମସ୍ୟା ୫ଟି ସରକାରଙ୍କୁ ଦେଖାଯାଉନାହିଁ । ତେଣୁ ତୁରନ୍ତ ଏହି ସବୁ ସମସ୍ୟାର ସମାଧାନ କରିବା ନିମନ୍ତେ ଆଜି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ନିଗମ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ସମୟରେ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏଲ ମୋହନ ଦାସଙ୍କ ନେତୃତ୍ୱରେ କିରଣ କୁମାର ସାହୁ, ସୁଜିତ୍ ନାୟକ, ଜଗଦୀଶ ପ୍ରଧାନ, ଚିତ୍ତରଞ୍ଜନ ପଣ୍ଡା, ସନ୍ତୋଷ କୁମାର ପାତ୍ର, ସୁଶାନ୍ତ ସାହୁ, ଅଶ୍ୱିନୀ ମିଶ୍ର, କମଲ ପାତ୍ର, ମନୋଜ ମହାରଣା, ବ୍ରହ୍ମାନନ୍ଦ ସାହୁ, ସୁମିତ୍ ପାତ୍ର, ମଧୁସୂଦନ ସାହୁ, ଟୁନା ପାତ୍ର, ଅଭୟ ପଣ୍ଡା, ପ୍ରବୀଣ ସେଠୀ, ବରିଷ୍ଠ ନେତା ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି, ରାମ କୁମାର ପାତ୍ର, ପ୍ରଭାତ କିରଣ ଷଡ଼ଙ୍ଗୀ, ଶରତ କୁମାର ସାହୁ, ସୁବାଷିନୀ ପଟନାୟକ, ସୁନିଲ କୁମାର ସାହୁ, ଶିବ ଶଙ୍କର ନାୟକ, କେ.ଟୁଙ୍ଗୁରୁ ପାତ୍ର, ଗୌରୀ ମହାନ୍ତି, ପି.ରାଜେନ୍ଦ୍ର କୁମାର, ସୁମନ ଶତପଥି, ସୂର୍ଯ୍ୟ ନାହାକ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
