

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବରିଷ୍ଠ ବିଜେପି ନେତା ଡା ମଧୁସୂଦନ ସାହୁଙ୍କ ନେତୃତ୍ୱରେ କ୍ରାନ୍ତି ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟାଉନ ହଲ ଛକ ଠାରେ ଥିବା ନେତାଜୀ ସୁବାଷ ବୋଷ ଓ ଗିରିରୋଡ଼ ସ୍ଥିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ବିଜେପି କର୍ମୀ ମୁନା, କାମନା, ରବି, ବିଷ୍ଣୁ, ନୀଳକଣ୍ଠ, ଯୁବମୋର୍ଚ୍ଚାର ମଧୁ, ଶ୍ରୀକୁମାର, ଅନିଲ ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରସନ୍ନ, କେଶରୀଆ ହିନ୍ଦୁ ବାହିନୀର ପଦ୍ମ, ଗଜେନ୍ଦ୍ର, ଜୀବନ, ଦେବେନ୍ଦ୍ର, ପବ୍ଲିକ ରାଇଟର ସୂର୍ଯ୍ୟ ଦାସ, ଓଡିଶା ଅଭିଭାବକ ମହା ସଂଘର ରାଜୁ, ଦେବୀ ପ୍ରମୁଖଙ୍କ ସମେତ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ସେହିପରି ଗଞ୍ଜାମ ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା




