ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ବିଭିନ୍ନ ସ୍ଥାନରେ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇ ଯାଇଛି । ଜଳେଶ୍ୱରର ଶିକ୍ଷକ-ଶ୍ରମିକ-କର୍ମଚାରି ସମ୍ମନ୍ନୟ ସମିତିଓ ଦିଗମ୍ବରୀ ଦେବୀ ଆଇଟିଆଇ ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନ ପକ୍ଷରୁ ଆଇଟିଆଇ ପରିସରରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଛି । ସାମାଜିକ ଦୂରତ୍ୱକୁ ଲକ୍ଷ କରାଯାଇଥିବା ବେଳେ ଦିଲ୍ଲିପ କୁମାର ଗିରି ଏଥିରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଅଜିତ୍ ଦାସ, ସିୀୀତାଂଶୁ ସେନାପତି, ଓଷ୍ଟାର ପୂର୍ବତନ ସଂପାଦକ ଅକ୍ଷୟ ମିଶ୍ର, ମନୋରଂଜନ ଦାସ, ଡଢ. ଅଜିତ୍ ମହାନ୍ତି, ସୁଶାନ୍ତ ଦାସ, ଡ. ଲଳିତ ସେନାପତି, ମୃତ୍ୟୁଞ୍ଜୟ ସାହୁ, ଭାସ୍କର ମିଶ୍ର, ଦିପ୍ତିମାନ ଆଚାଯ୍ୟ, କାଳିଚରଣ ପୃଷ୍ଟି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବେକାରୀ ଧ ବେରୋଜକାରି ବଡିବା ସହିତ କଳକାରଖାନା ବଂଦ ହେତୁ ଶ୍ରମିକମାନେ ଜିବୀକା ହରାଇବା, ୩ମାସ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୭୫୦୦ଟଙ୍କା ଯୋଗାଇବା, ସର୍ବନିମ୍ନ ମାସିକ ମଜୁରୀ ୨୧ହଜାର କରିବା, କୃଷକର ଋଣ ଛାଡ କରିବା ଇତ୍ୟାଦି କହିଥିଲେ । ଜଳେଶ୍ୱର ମ୍ୟୁନିସିପାଲଟି ସଂଘ ପକ୍ଷରୁ କାର୍ଯ୍ୟାଳୟ ପରସରରେ ଶ୍ରମିକ ଦିବସ ପାଳିତ ହୋଇଛି । ଏହାକୁ ସିତାଂଶୁ ସେନାପତି ଉତ୍ତୋଳନ କରିଥିଲେ । ସଂପାଦକ ମୋରଂନ ପରିଡା, ସହସଂପାଦକ ପରମାନନ୍ଦ ପରିଡା, ସୁବଳ କୁମାର ସାହୁ, ପ୍ରଦୀପ ବେହେରା, ପ୍ରଣବ ବେହେରା, ଅନୟ ବ୍ରହ୍ମ, ଯୁଗଳ ପଟ୍ଟନାୟକ, ବିଜୟ ପରିଡା, ଅନୀଲ ପ୍ରଧାନ, ଦେବେନ୍ଦ୍ର ପ୍ରଧାନ, ପ୍ରଭାକର ପ୍ରଧାନ, େ;ମାହନ ମାରାଣ୍ଡି, ସୁଶିଲ ସେଣ, ସୁଶାନ୍ତ ମହାନ୍ତି, ପଦ୍ମଲୋଚନ ବେହେରା, ଅଜୟ ଦେ, ଜ୍ୟେସ୍ନରାଣି ପତି, ପୂଣ୍ଣିମା ସାହୁ, ରାଧାରଣି ମେହେନ୍ତର, ମନୋଜ ପରିଡା, ଦୈତାରୀ ଜେନା, ରାମଚନ୍ଦ୍ର ପଣ୍ଡା, ସେକ୍ ଫରକାନ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ନିଖିଳ ଓଡିଶା ଅଂଗନବାଡି ପକ୍ଷରୁ ସଭାପତି ଲକ୍ଷ୍ମିପ୍ରିୟା ଦାସ ପତାକା ଉତ୍ତୋଳନ କରିଥିଲେ । କମଳ ଚକ୍ରବର୍ତ୍ତୀ ମନୋରଂଜନ ଦାସ, ଶ୍ରୀନିବାସ ଦାସ ମହାପାତ୍ର, କଳ୍ପନା ଦେ, ତିତିଲି ମହାନ୍ତି, ମମତା ଦାସମହାପାତ୍ର, ସୁଜାତା ବାରିକ, ଅନ୍ନପୂର୍ଣ୍ଣା ପାତ୍ର, ତୃପ୍ତିରାଣୀ ମହାନ୍ତି, କୁନ୍ତଳା ପାତ୍ର, ମୂଷାତର ଜାହାଁ ପ୍ରମୁଖ ଯୋଗ ଦେଇ ବକ୍ତ ରଖିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା