

ଗଜପତି (ସମୃଦ୍ଧ ଓଡିଶା) ନୂଆଦିଲ୍ଲୀରେ ନୀତି ଆୟୋଗ ଦ୍ୱାରା ଗଜପତି ଜିଲ୍ଲା ପୁରସ୍କୃତ ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୟନ ବିଭିନ୍ୟ ଆର୍ଥିକ ଯୋଜନାର କାର୍ଯ୍ୟକାରୀ ସହ, ଯୁବକ ଯୁବତୀଙ୍କୁ ଆତ୍ମ ନିର୍ଭର ଶୀଳ କରିବା ପାଇଁ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କ୍ଷେତ୍ରରେ ସାରା ଭାରତରେ ଉଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ ହୋଇଛି । ଏହି ଦୁଇ ପୁରସ୍କାର ଓଡ଼ିଶାର ଏକ ମାତ୍ର ଜିଲ୍ଲା ଭାବେ ଗଜପତିକୁ ମିଳିଛି । ଜିଲ୍ଲାପାଳ ଅନୁପମ ସାହ ଏହି ପୁରସ୍କାର ନୀତି ଆୟୋଗ ଚୟାରମ୍ୟାନ ଅମିତାବ କାନ୍ତଙ୍କ ଠାରୁ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ଅଟଳ ପେନସନ ଯୋଜନା ଭଳି ଯୋଜନାଗୁଡିକୁ ସଫଳତାର ସହ ଲାଗୁ କରାଯିବା କଥା ଜିଲ୍ଲାପାଳ କହିଛନ୍ତି । ଲୋକମାନଙ୍କର ଏହି ସବୁ ଯୋଜନା ପ୍ରତି ଭଲ ସମର୍ଥନ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି ।
ରିପୋର୍ଟ : ସୁଜିତ ପ୍ରଧାନ

