

ଛତ୍ରପୁର (ସମୃଦ୍ଧ ଓଡିଶା) ଜାମ୍ମୁ କାଶ୍ମୀରରେ ଅଟିକି ରହିଥିବା ଗଞ୍ଜାମ ଜିଲ୍ଲାର ୨୮୦ଜଣ ଶ୍ରମିକଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର ବିମାନ ଯୋଗେ ଓଡ଼ିଶାକୁ ଫେରାଇ ଅଣାଯାଇଛି । କବିସୂର୍ଯ୍ୟନଗର ବିଧାୟିକା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚି ସମସ୍ତ ଶ୍ରମିକମାନଙ୍କୁ ସ୍ୱତନ୍ତ୍ର ବସ ଯୋଗେ ଗଞ୍ଜାମ ଜିଲ୍ଲାକୁ ପଠାଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
