ବିରିପଟା ପଞ୍ଚାୟତରେ ପ୍ରମିଳାଙ୍କ ଭୋଟ ପ୍ରଚାର

ଦଶରଥପୁର(ସମୃଦ୍ଧଓଡିଶା) ନିର୍ବାଚନ ଯେତେ ପାଖେଇ ଆସୁଛି ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀନୀ ପ୍ରମିଳା ମଲ୍ଲିକ ତାଙ୍କ ପ୍ରଚାର ପ୍ରସାର ଜୋରଦାର କରିଛନ୍ତି।ନିଜ ପ୍ରତିଦ୍ଵନ୍ଦିଙ୍କୁ ବହୁ ପଛରେ ପକାଇ ନିଜ କର୍ମୀ ସମର୍ଥକ ମାନଙ୍କୁ ସାଥିରେ ନେଇ ଗାଁ ଗାଁ ରେ ଭୋଟ ଭିକ୍ଷା କରୁଛନ୍ତି। ରାଜ୍ୟ ସରକାରଙ୍କ ସଫଳତା କାର୍ଯ୍ୟକ୍ରମ ଗୁଡିକ ଲୋକଙ୍କୁ ବୁଝାଇ ଭୋଟ ପାଇଁ ନିବେଦନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଦଶରଥପୁର ବ୍ଲକସ୍ତ ବିରିପଟା ପଞ୍ଚାୟତରେ ଆଜି ନିର୍ବାଚନୀ ସଭା କରିଛନ୍ତି ପ୍ରମିଳା ମଲ୍ଲିକ।ପ୍ରାୟ ୧୫୦ ରୁ ଉର୍ଦ୍ଧ ମଟରସାଇକେଲ ଶୋଭାଯାତ୍ରାରେ ୩୦୦ ରୁ ଉର୍ଦ୍ଧ କର୍ମୀଙ୍କ ଗହଣରେ ପ୍ରଚାର କାର୍ଯ୍ୟକ୍ରମ କରିଥିଲେ। ପ୍ରତେକ ଗାଁ ଗାଁ ରେ ମହିଳା ମାନେ ବହୁ ସଂଖ୍ୟାରେ ଯୋଗଦେଇ ପୁଷ୍ପ ଗୁଚ୍ଛ, ହୁଳହୁଳି ଦେଇ ସ୍ୱାଗତ କରିଥିଲେ | ବିଜୟ ଧାରା ବଜାୟ ରହିବ ଯାହା ଆଜିର ଜନସମ୍ପର୍କ ପଥପ୍ରାନ୍ତ ସଭାରେ ଅନୁଭବ କରିହେଉଥିଲା। ନିର୍ବାଚନ ଆସିଲେ ବିରୋଧୀ ଭୋଟ ପାଇଁ ଆସନ୍ତି ତାପରେ ଲୋକଙ୍କ କଥା ଭୁଲିଯାନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ଯୋର ଧରିଥିଲା ବେଳେ ବିଜେପିର ଗୋଷ୍ଠୀ କନ୍ଦଳର ଫାଇଦା ନେଉଛନ୍ତି ଶ୍ରୀମତୀ ମଲ୍ଲିକ। ବେଶ ଉତ୍ସାହିତ ଅଛନ୍ତି ନିଜର କର୍ମୀମାନେ।ନିଜ ପ୍ରିୟ ନେତ୍ରୀଙ୍କୁ ବହୁ ଭୋଟରେ ବିଜୟୀ କରିବାକୁ ପ୍ରତିଶୃତି ଦେଇଛନ୍ତି। ଅନ୍ୟପକ୍ଷେ ବିରିପଟା ପଞ୍ଚାୟତ ଅନୁନ୍ୟ ୧୫୦୦ ଭୋଟ ଲିଡ଼ ଦେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସରପଞ୍ଚ। ଆଜିର ଏହି ନିର୍ବାଚନୀ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ରମେଶ ରାଉତ, ବିରିପଟା ପଞ୍ଚାୟତର ପର୍ଯ୍ୟବେକ୍ଷକ ତଥା ଯାଜପୁର ଜିଲ୍ଲା ବିଜେଡି ଉପସଭାପତି ହିମାଂଶୁ ପରିଡା,ବିରିପଟା ସରପଞ୍ଚ ଗାୟତ୍ରୀ ନାୟକ, ପ୍ରାକ୍ତନ ସରପଞ୍ଚ ଚିତ୍ତରଞ୍ଜନ ନାୟକ, ପ୍ରାକ୍ତନ ସରପଞ୍ଚ ମନୋରଞ୍ଜନ ଦାସ, ଛାତ୍ର ବିଜେଡି ସଭାପତି ତପନ ରାଉତ, ଜିଲ୍ଲା ପରିଷଦ ସଭ୍ୟା ନିନାରାଣୀ ସାମଲ, ପୂର୍ବତନ ସମିତି ସଭ୍ୟ ମନୋଜ ଧଳ, ସମାଜସେବୀ ବିଜୟ ଧଳ ପ୍ରମୁଖ ଯୋଗଦେଇଥିଲେ।
ରିପୋର୍ଟ : ରଜତ ମହାପାତ୍ର