ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଠାରେ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା ୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ ୮ ଦିନ ବ୍ୟାପି ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାରୁ ସର୍ବଭାରତୀୟ ସିନିୟରବିଭାଗର ୧୦ ମହିଳା ଓ ୧୦ ପୁରୁଷ ମୋଟ ୨୦ ଜଣ ଭାରୋତ୍ତୋଳନକାରୀ ଅଂଶ ଗ୍ରହଣ କରିବା ପାଇଁ ଆଜି ବିଶାଖାପାଟଣା ଯାତ୍ରା କରିଛନ୍ତି । ମହିଳା ବିଭାଗରେ ଝିଲିଦଳ ବେହେରା, ସ୍ନେହା ସୁରେନ, ମୂର୍ତ୍ତିଜାନୀ, ସମ୍ବାରୀ ସମଜ୍, ଦେବକୀ ଖିଲ, ସଂଯୁକ୍ତା ସାହୁ, ସରସ୍ୱତୀ ରାଉତ, ସୁଭସ୍ମିତା ମହାନ୍ତି, ରାଜଶ୍ୱରୀ ବେହେରା, ଦାମିନୀ କୁମାର ସାହୁ ରହିଥିବା ବେଳେ ପୁରୁଷ ବିଭାଗରେ ମୁନା ନାୟକ, ରଘୁନାଥ ଖିଲ, ସୁଶାନ୍ତ ସାହୁ, ମିହିର କୁମାର ସେଠୀ, କାହ୍ନୁ ଚରଣ ସାହୁ, ଅନୀଲ କୁମାର ସାହୁ, କେ. ରବି କୁମାର, ସୁରେଶଯାଦବ, ରାକେଶ ଜେନା, ଶିବରାମ ସାହୁ ରହିଛନ୍ତି । ସମସ୍ତ ପ୍ରତିଯୋଗୀଙ୍କ ସହ ସଂଘର ରାଜ୍ୟ ସମ୍ପାଦକନାରାୟଣ ସାହୁ, ଜିଲା ସଭାପତି ତଥା ରାଜ୍ୟ ଉପସଭାପତି କୁମୁଦ ଚନ୍ଦ୍ର ସାହୁ, ଉପଦେଷ୍ଟା ରବି ରଥ,ସମ୍ପାଦକ ଗାଗାରିନ ନାୟକ, ଯଜ୍ଞ ନାରାୟଣ ନନ୍ଦ ଗୁରୁବାର ପୂର୍ବାହ୍ନରେ ରେଳ ଯୋଗେ ବିଶାଖାପାଟଣାଯାତ୍ରା କରିଛନ୍ତି । ବ୍ରହ୍ମପୁର ରେଳ ଷ୍ଟେଶନ ଠାରେ ସମସ୍ତ ଭାରୋତ୍ତୋଳନକାରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା