ବିଶାଖାପାଟଣାର୨୭ଜଣମତ୍ସ୍ୟଜୀବୀଙ୍କ ସହ ୩ଟି ଟ୍ରଲର ଉଦ୍ଧାର କଲା ଆର୍ଯ୍ୟପଲ୍ଲୀ ମେରାଇନ ପୋଲିସ

ଛତ୍ରପୁର(ନିମାଇଁ ଚରଣ ପଣ୍ଡା) ବିଶାଖାପାଟଣାର ୨୭ଜଣ ମତ୍ସ୍ୟଜୀବୀଙ୍କୁ ଆର୍ଯ୍ୟପାଲ୍ଲୀ ମେରାଇନ ପୋଲିସ ସମୁଦ୍ରରୁ ଉଦ୍ଧାର କରିଛି । ସେମାନଙ୍କ ମାଛଧାରା ୩ଟି ଟ୍ରଲରକୁ ମଧ୍ୟ ଉଦ୍ଧାର କରିଛି । ତିତିଲି ପ୍ରଭାବରେ ବଡ଼ବଡ଼ ଜୁଆର ଆସି ସମୁଦ୍ର ଅଶାନ୍ତ ହେବାବେଳେ ଏମାନେ ବାଟବଣା ହୋଇ ସମୁଦ୍ରରେ ଗୋପାଳପୁର ଚାଲିଆସିଥିଲେ । ଆର୍ଯ୍ୟପାଲ୍ଲୀ ମେରାଇନ ପୋଲିସ ୨ଦିନ ମଧ୍ୟରେ ତିନୋଟି ଟ୍ରଲି ସହ ଏହି ମତ୍ସ୍ୟଜୀବୀ ମାନଙ୍କୁ ପୃଥକ ପୃଥକ ଭାବେ ଉଦ୍ଧାର କରିଛି । ଗୋପାଳପୁର ପୋର୍ଟ ପରିସରରେ ଥିବା ମତ୍ସ୍ୟଜେଟୀ ନିକଟକୁ ସେମାନଙ୍କୁ ଅଣାଯାଇଥିଲା । ଆହୁରି ୩ଶହ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ଫସି ରହିଛନ୍ତି ବୋଲି ଏମାନେ କହିଛନ୍ତି । ଏତେବଡ ବାତ୍ୟାରେ ଏମାନଙ୍କ ମଧ୍ୟରୁ କେହି ବୋଲି ଜଣା ପଡିଛି । ଏମାନଙ୍କୁ ପୋଲିସ ଉଦ୍ଧାର କରିବାପରେ ବିଶାଖାପାଟଣାରେ ଥିବା ତାଙ୍କ ସମ୍ପର୍କୀୟ ମାନଙ୍କୁ ଖବର ଦିଆଯାଇଛି ବୋଲି ମେରାଇନ ଥାନା ଅଧିକାରୀ କହିଛନ୍ତି । ଏମାନେ ମାଛ ଧରିବାକୁ ସମୁଦ୍ର ଭିତରେ ବୁଲୁଥିବାବେଳେ ବାତ୍ୟା ପ୍ରଭାବରେ ବାଟବଣା ହୋଇ ଗଂଜାମ ଜିଲ୍ଲା ଚାଲିଆସିଥିଲେ । ଅନ୍ୟପକ୍ଷରେ ଏସ.ରାମୁ  (୨୧)ନାମକ ଏକ ମୃତ ବ୍ୟକ୍ତିଙ୍କୁ ମେରାଇନ ପୋଲିସ ଉଦ୍ଧାର କରିଛି।ଶବ ଚିହ୍ନଟ ହେବାପରେ ଏହି ଲୋକ ବିଜୟନଗରମର ବାରିପେଟା ଗାଁର ଜଣେ ମତ୍ସ୍ୟଜୀବୀ ବୋଲି ଜଣାପଡିଛି। ସେ ମାଛ ଧରିବାକୁ ଯାଇ ସମୁଦ୍ର ଭିତରକୁ ଚାଲିଯାଇଥିଲା ବୋଲି ପୋଲିସ କହିଛି । ସେ ବାତ୍ୟା ଆସିବ ବୋଲି  କିଛି ଜାଣି ନ ଥିଲା ।