

ବିଶାଖାପାଟଣା (ସମୃଦ୍ଧ ଓଡିଶା) ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ହାରବୋର ଉପକୂଳରେ ଥିବା ଏକ ଜାହାଜରେ ଅଚାନକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯିବାରୁ ସମୁଦ୍ରକୂଳରେ ଥିବା ଦର୍ଶକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଯାଇଥିଲା । ଏହି ଜାହାଜରେ ଥିବା ଲୋକମାନଙ୍କ ମଧ୍ୟରୁ କିଛି ନିଖୋଜ ଥିବାବେଳେ ପାଖାପାଖି ୨୯ ଜଣଙ୍କୁ ଜଳନ୍ତା ଜାହାଜରୁ ଉଦ୍ଧାର କରାଯାଇଥିଲା । ଗତକାଲି ଦିନ ୧୧.୩୦ରେ ବିଶାଖାପାଟଣା ଉପକୂଳରେ ଏହି ଦୁର୍ଘଟଣା ଘଟିଥିଲା । ହଠାତ୍ ଜାହାଜରେ ବିସ୍ଫୋରଣ ହେବା ସହ ଏଥିରେ ନିଆଁ ଲାଗି ଯାଇଥିଲା । ଏହା ଦେଖି ଏଥିରେ ଥିବା ସମସ୍ତ ୨୯ ଜଣ ସଦସ୍ୟ ପାଣିକୁ ଡେଇଁ ପଡ଼ିଥିଲେ । ୨୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର କୌଣସି ପତ୍ତା ମିଳୁନାହିଁ । ନିଆଁ ଲାଗିଯିବା ଯୋଗୁ ଜାହାଜଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏଯାଏ ଜଣା ପଡ଼ି ନାହିଁ । ବିଶାଖାପାଟଣା ପୋର୍ଟ ଟ୍ରଷ୍ଟର ଡଙ୍ଗା ଦ୍ୱାରା ଏହି ବିପନ୍ନ ଲୋକମାନଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲା । ବିଶାଖାପାଟଣା ଦମକଳ ବାହିନୀ ପହଞ୍ଚି ପୋଡ଼ିଯାଇଥିବା ଲୋକଙ୍କୁ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।


