
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଣେ କର୍ତ୍ତବ୍ୟପରାୟଣ ଶିକ୍ଷକ, ସଂଗଠକ ଓ ସୁ-ଶିକ୍ଷକଭାବେ ପରିଚିତ କର୍ମଯୋଗୀ କମଳାକାନ୍ତ ପାଇକରାୟଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ଦାହୁଣଦାସ୍ଥିତ ରାଧାରାଣୀ ନିବାସଠାରେ ଆୟୋଜିତ ପ୍ରତିମୂର୍ତ୍ତୀ ଉନ୍ମୋଚନ, ସ୍ମୃତିଚାରଣ ଓ ସ୍ମରଣିକା ଉନ୍ମୋଚନରେ ବିଶିଷ୍ଟ ଶିକ୍ଷକ ନେତା ବିଜୟ କୁମାର ନନ୍ଦ ଅଧ୍ୟକ୍ଷତା କରି ଶିକ୍ଷକଠାରେ ଥିବା ଅନ୍ତର୍ନିହିତ ଗୁଣହି ତାର ପରିଚୟ ବୋଲି କହିଥିଲେ । ପୂର୍ବତନ ଉଚ୍ଚଶିକ୍ଷା ଓ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ଉଦଘାଟକ ଭାବେ ଯୋଗ ଦେଇ ସ୍ମୃତିସଭା ଓ କମଳାକାନ୍ତ ପାଇକରାୟଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରି ସାମାଜିକ ସ୍ତରରେ ଜଣେ ଶିକ୍ଷକଙ୍କର ବିକଳ୍ପ ନାହିଁ । ସେ ଚାହିଁଲେ ସମାଜର ବିକାଶ ହେବା ସହିତ ଅବକ୍ଷୟ ରୋକିହେବ ବୋଲି କହିଥିଲେ । ମୂଖ୍ୟ ଅତିଥିଭାବେ ଓଷ୍ଟାର ପୂର୍ବତନ ରାଜ୍ୟ ସଭାପତି ଇନ୍ଦୁମାଧବ ମହାନ୍ତି ଯୋଗ ଦେଇ କର୍ମଯୋଗୀ କମଳାକାନ୍ତ ସ୍ମରଣିକା ଉନ୍ମୋଚନ କରିବା ସହ ଜଣେ ଶିକ୍ଷକ କେବଳ ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ ସୀମିତ ନୁହେଁ ବରଂ ଜଣେ ଆଦର୍ଶ ପିତା, ସଂଗଠକ ଓ ସମାଜର ସଚେକ ବ୍ୟକ୍ତି ହିସାବରେ କାର୍ଯ୍ୟ କରିଛାନ୍ତି ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଓଷ୍ଟାର ଜଳେଶ୍ୱର ବ୍ଲକ ପୂର୍ବତନ ସଭାପତି ଶଶାଙ୍କ ସେଖର ମହାନ୍ତି, ଅଜିତ୍ କୁମାର ମହାନ୍ତି, ବ୍ରଜେନ୍ଦ୍ର କୁମାର ପଟ୍ଟନାୟକ, ବନବିହାରୀ ଦାସ, ଜୟଚନ୍ଦ୍ର ମହାନ୍ତି, ଖଗେନ୍ଦ୍ର ଦାସ ମହାପାତ୍ର, ଜନ୍ମେୟଜ ପଣ୍ଡା, ରାମଚନ୍ଦ୍ର ଘୋଷାଲ ପ୍ରମୁଖ କମଳାକାନ୍ତ ସ୍ମୃତି ଚାରଣ କରି ସେ ସମାଜର ଉଜ୍ଜଳ ଜୋତିଷ୍କ ଓ ମାର୍ଗ ଦର୍ଶକ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ସୁଧାଂଶୁ ସେଖର ଏକାଡେମୀର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ପାଇକରାୟ ପରିବାର ପରିଚାଳନା କରିଥିବା ବେଳେ ଶ୍ରୀକାନ୍ତ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା