ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ୍ ଅନ୍ତର୍ଗତ ରାୟାଁ ରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ମହାନ୍ତିସାହି ଗ୍ରାମରେ ବିଶିଷ୍ଟ ସମାଜସେବୀ ତଥା ସମବାୟବିତ ଅନନ୍ତରାମ ଦାସଙ୍କର ତାଙ୍କ ବାସଭବନରେ ସକାଳ ୧୦ ଘଟିକା ସମୟରେ ମୃତ୍ୟୁ ହୋଇଛି l ମୃତ୍ୟୁ ବେଳକୁ ତାଙ୍କର ୯୨ ବର୍ଷ ହୋଇ ଥିଲା l ସେ ତା -୧/୧/୧୯୨୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ l ସେ ଜଣେ ସରଳ, ମିଷ୍ଟଭାଷୀ, ସଚ୍ଚୋଟ, ନିଷ୍କଟପ ଓ ଏ ଅଞ୍ଚଳରେ ଜଣେ ଆଦରଣୀୟ ବ୍ୟକ୍ତିତ୍ଵ ଥାଇ ୧୯୯୦ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ରାୟାଁ ରାମଚନ୍ଦ୍ରପୁର ସେବା ସମବାୟ ସମିତିର ସଭାପତି ଓ ଗ୍ରାମ ପଞ୍ଚାୟତରେ ୩୦ ବର୍ଷ ଧରି ୱାର୍ଡ ସଭ୍ୟ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇ ପ୍ରତିନିଧିତ୍ଵ କରିଥିଲେ l ତାଙ୍କର ସ୍ତ୍ରୀ ରୁକ୍ମଣୀ ଦାସ, ୩ ପୁତ୍ର- ପ୍ରଦୀପ, ଦିଲ୍ଲୀପ ଓ ପ୍ରବୀର ଓ ୪ ବିବାହିତ ଝିଅ- ପୁଷ୍ପଲତା, ଶାନ୍ତିଲତା, ସବିତା ଓ ସାନଝିଅ ରଞ୍ଜିତା ଅଛନ୍ତି l ବଡ଼ ପୁତ୍ର ପ୍ରଦୀପ ଦାସ ଭାରତୀୟ ରେଳ ବିଭାଗରେ ଚାକିରୀ କରି ଏବେ ଅବସର ଗ୍ରହଣ କରି ଭୁବନେଶ୍ୱରରେ ରହୁଥିବା ବେଳେ ମଧ୍ୟମ ପୁତ୍ର ଦିଲ୍ଲୀପ ଦାସ ଏବେ ସରକାରି ଶିକ୍ଷକ ଅଛନ୍ତି ଓ ସାନପୂତ୍ର ପ୍ରବୀର ଦାସ ଏବେ ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ବେଶ ଚର୍ଚ୍ଚାରେ ଅଛନ୍ତି ଏବଂ ସାନବହୁ ଶୁଭସ୍ମିତା ଦାସ ଏବେ ରାୟାଁ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ ଭାବେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି, ତାଙ୍କର ୪ ପୁତୁରା ହରିଶଙ୍କର, ଦୂର୍ଗାଶଙ୍କର, ଚନ୍ଦ୍ରଶେଖର ଓ ଉମାଶଙ୍କର ଉପସ୍ଥିତ ଥିଲେ l ସ୍ୱର୍ଗତ ଦାସଙ୍କ ମୃତ୍ୟୁ ଖବର ପାଇ ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ସାଂସଦ ଇଞ୍ଜିନିୟର ରବୀନ୍ଦ୍ର ଜେନା, ବିଶିଷ୍ଟ ସମାଜସେବୀ, ନାରୀନେତ୍ରୀ ତଥା ରେବତୀ ପତ୍ରିକାର ସମ୍ପାଦିକା ସୁବାସିନି ଜେନା ଓ ଜଳେଶ୍ଵର ବିଧାୟକ ଅଶ୍ୱନି କୁମାର ପାତ୍ର ଫୋନ୍ ଯୋଗେ ତାଙ୍କର ଅମର ଆତ୍ମାର ସଦଗତି ସହିତ ଶୋକସନ୍ତପ୍ଟ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି l ତାଙ୍କ ଶେଷ ଦର୍ଶନ ଲାଗି ଜଳେଶ୍ଵର ବ୍ଲକ୍ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ, ବ୍ଲକ୍ ଜୀବନ ବିନ୍ଦୁ ସଂଯୋଜକ ମଧୁସୂଦନ ସେନାପତି, ବ୍ଲକର ପୂର୍ବତନ ମୁଖ୍ୟ କିରାଣୀ ଅଧିର କୁମାର ପ୍ରାମାଣିକ, ପୂର୍ବତନ ବିଜୁ ଯୁବବାହିନି ସଂଯୋଜକ କାଳିଚରଣ ଦାସ, ଆଇନଜୀବି କୁଞ୍ଜବିହାରୀଦାସ, ଆଇନଜୀବି ରାମଚନ୍ଦ୍ରଜେନା, ବିଶିଷ୍ଟ ସମାଜସେବୀ ଠିକାଦାର ସୁଜୟ କାରଣ, ଅଶ୍ଵନି କର, ରାଧଶ୍ୟାମ ନାଥ, ପୁର୍ବତନ କାଉନସିଲାର ତାରକ ଚାନ୍ଦ, ଖୁଶି ହୋଟେଲ ମୁଖ୍ୟ ରମେଶ ସାହୁ, ଗଙ୍ଗପ୍ଲାଜା ମୁଖ୍ୟ ଜୟନ୍ତ ଜେନା, ରାୟାଁ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ସଞ୍ଜିତା ସେନାପତି, ଶିକ୍ଷକ ନେତା ଖଗେନ୍ଦ୍ରନାଥ ସାହୁ, ସୁରେନ୍ଦ୍ର ନାଥ ପାଳ, ସଞ୍ଜୟ ସାଶମଲ, ଗିରିଜା ଶଙ୍କର ପ୍ରଧାନ, ନାଏବ ସରପଞ୍ଚ ଜୟନ୍ତ ସାହୁ, ପୂର୍ବତନ ସରପଞ୍ଚ ମନୋରଞ୍ଜନ ଦଳେଇ, ୱାର୍ଡ଼ ସଭ୍ୟ କମଲ କୁମାର ପରିଡ଼ା, ଅନନ୍ତ ସାହୁ, ସରୋଜ ରାଉଳ, ଯଜ୍ଞେଶ୍ଵର ରାଉଳ, ରବୀନ୍ଦ୍ର ନନ୍ଦୀ, ଶାନ୍ତନୁ ଦାସ, ଗୋବିନ୍ଦ ଦତ୍ତ, ଅସିତ କୁମାର ପରିଡ଼ା, ଦେବବ୍ରତ ନନ୍ଦ, ସପନ କୁମାର ଦାସ, ଆଇନଜୀବି ବିନୋଦ କୁମାର ଗିରି, ହରେନ୍ଦ୍ର ଦାସ, ବରେନ୍ଦ୍ର ଦାସ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ସ୍ବର୍ଗତ ଦାସଙ୍କ ଶେଷ ଦର୍ଶନ କରି ତାଙ୍କର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ଟ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି l