

ଛତ୍ରପୁର (ସମୃଦ୍ଧ ଓଡିଶା) ବିଶ୍ୱ ନିର୍ମାତା ବିଶ୍ଵକର୍ମାଙ୍କ ପ୍ରଥମ ପୂଜା ଦିନ ଛତ୍ରପୁର ବ୍ଳକ ଓ ଏନଏସିର ବିଭିନ୍ନ ସ୍ଥାନରେ ବିଭିନ୍ନ ଶିଳ୍ପ ସଂସ୍ଥା ଶିକ୍ଷା ଅନୁଷ୍ଠାନରେ ଧୂମ ଧାମରେ ପାଳନ କରାଯାଇଥିବା ବେଳେ ଛତ୍ରପୁର ବିଦ୍ୟୁତ ବିଭାଗ ପକ୍ଷରୁ ବିଶ୍ଵକର୍ମାଙ୍କ ମୃତି ସ୍ଥାପନ କରି ରଙ୍ଗୀନ ଆଲୋକରେ ସଜ୍ଜିତ କରାଯାଇ ବିଶ୍ଵକର୍ମାଙ୍କୁ ପୂଜା କରିଯାଇଥିବା ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରଏ ଠାକୁରଙ୍କ ଦର୍ଶନ କରି ପୂଜା ଅର୍ଜନରେ କରିଥିଲେ । ସେହି ଅବସରରେ ସନ୍ଧ୍ୟାରେ ଭୁବନେଶ୍ୱରରୁ ଏକ ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିବା ବେଳେ ଛତ୍ରପୁର ବିଦ୍ୟୁତ ବିଭାଗ ପକ୍ଷରୁ ଦ୍ଵିତୀୟ ସନ୍ଧ୍ୟାରେ ନାଚ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରାଯାଇଥିଲା । ସେହିପରି ବିଶ୍ଵକର୍ମାଙ୍କ ତୃତୀୟ ସନ୍ଧ୍ୟାରେ ମେଲୋଡି ଗ୍ରୁପ ସୁର ଝଙ୍କାର ପକ୍ଷରୁ କଳାକାର ମାନେ ବିଭିନ୍ନ ଆଧୁନିକ ସମ୍ବଲପୁରୀ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ସଙ୍ଗୀତା ପାଢୀ ଓ ମଣ୍ଟୁ ମିଶ୍ରଙ୍କ ସଙ୍ଗୀତରେ ଉପସ୍ଥିତ ଦର୍ଶକମାନେ ଝୁମି ଉଠିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

