ବିଶ୍ଵବ୍ୟାଙ୍କ ପ୍ରତିନିଧିଙ୍କ ଉପମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ଓ ଆଲୋଚନା : ଓଡ଼ିଶାର ବଳଭଦ୍ର ଜୈବିକ କୃଷି ମିଶନକୁ କଲେ ପ୍ରଶଂସା

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ବିଶ୍ୱବ୍ୟାଙ୍କ ପ୍ରତିନିଧି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ସହ ଆଲୋଚନା କରିଛନ୍ତି। ଆଲୋଚନାବେଳେ ସେ ଓଡ଼ିଶାର ଭୌଗୋଳିକ ସ୍ଥିତି, ଜଳବାୟୁ, ମୃତ୍ତିକା ସରଂକ୍ଷଣ ଓ ପରିବେଶ ଅନୁକୂଳ ଜୈବିକ ଚାଷକୁ ନେଇ ପ୍ରଶଂସା କରିଥିଲେ । ଏହାଛଡ଼ା ଆଲୋଚନା ବେଳେ ରିୱାର୍ଡ (REWRD) ଯୋଜନା ଅଧୀନରେ ଜଳାଶୟ ଖନନ ପ୍ରସଙ୍ଗରେ ମଧ୍ୟ ଓଡିଶାକୁ ପ୍ରଶଂସା କରିଥିଲେ । ବିଶ୍ଵବ୍ୟାଙ୍କ ବିଗତ ବର୍ଷ ମାନଙ୍କରେ ଓଡ଼ିଶାରେ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଆସିଛି । ଏବଂ ଏହି ସହଭାଗିତା ଆଗକୁ ମଧ୍ୟ ଜାରି ରହିବ । ଓଡ଼ିଶାର ପାରମ୍ପରିକ ଚାଷ ପଦ୍ଧତି ଓ ବିହନ ସରଂକ୍ଷଣ ଆଗାମୀ ଦିନରେ କୃଷି କ୍ଷେତ୍ରକୁ ଆହୁରି ସଶକ୍ତ ତଥା ବିଶ୍ୱରେ ଅଗ୍ରଣୀ ଦେଶ ରୂପେ ପରିଚିତ କରାଇବ ।ଅଧିକରୁ ଅଧିକ ମହିଳା କୃଷି କ୍ଷେତ୍ରରେ ନିଜର କ୍ୟାରିଅର ଗଢ଼ିବା ପାଇଁ ଆହ୍ଵାନ ଦେଇଥିଲେ । ଆଲୋଚନାରେ ମୃତ୍ତିକା ସରଂକ୍ଷଣ ଓ ଉଦ୍ୟାନ କୃଷି ନିର୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ, ବିଶ୍ଵବ୍ୟାଙ୍କ ପ୍ରତିନିଧି ପ୍ରୀତି କୁମାର, ଏସସି ରାଜଶେଖର, ଏମ୍ ଭେଙ୍କଟ ରମଣ, ମାନବିନ୍ଦର ଏମ୍ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ରଜତ ମହାପାତ୍ର ଓ ସୁଶ୍ରୀ ସଂଗୀତା ମହାରଣା, ଲୋକସମ୍ପର୍କ ଅଧିକାରୀ