

ଖୋର୍ଦ୍ଧା (ସମୃଦ୍ଧ ଓଡିଶା) ଫନି ବାତ୍ୟାର ତାଣ୍ଡବ ଲୀଳାରେ ପ୍ରାୟ ପଚିଶ ଲକ୍ଷରୁ ଉର୍ଦ୍ଧ ବୃକ୍ଷ ନଷ୍ଟ ହୋଇଯାଇଛି । ପରିବେଶ ଏକ ପ୍ରକାର ଅସନ୍ତୁଳିତ ହୋଇଯାଇଛି । ଦିନକୁ ଦିନ ବିଶ୍ଵର ତାପମାତ୍ରା ବଢ଼ି ପଚାଶ ଡିଗ୍ରୀ ହୋଇ ଜୀବନକୁ ଦୁର୍ବିଷହ କରିଲାଣି । ଏଥିରୁ ରକ୍ଷା ପାଇବା ପାଇଁ ବୃକ୍ଷ ରୋପଣ ହିଁ ଏକ ମାତ୍ର ପନ୍ଥା । ବିଶ୍ଵ ପରିବେଶ ଦିବଶ ଉପଲକ୍ଷେ ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ସଚିବ ମେଜର ଡ଼କ୍ଟର କଳ୍ପନା ଦାଶଙ୍କ ତତ୍ଵାବଧାନରେ ଓ ରେଡକ୍ରସ କାଉନସେଲର ଲକ୍ଷ୍ମଣ ସ୍ଵାଇଁଙ୍କ ପରିଚାଳନାରେ ପରିବେଶର ସନ୍ତୁଳନ ନିମନ୍ତେ ଫନି ବାତ୍ୟା ପରେ ରିଲିଫ ବଣ୍ଟନ ସହ ବୃକ୍ଷ ରୋପଣ କାର୍ଯକ୍ରମ ଆରମ୍ଭ କରାଯାଇଛି । ବୃକ୍ଷ ଓ ପ୍ରାଣୀ ଗୋଟିଏ ମୁଦ୍ରାର ଦୁଈ ପାର୍ଶ୍ଵର ନାରା ନେଇ ଗୋଟେ ଲୋକଙ୍କୁ ଗୋଟେ ଗଛ ଲଗେଇବାର ଆହ୍ଵାନରେ ସମସ୍ତେ ବୃକ୍ଷରୋପଣରେ ସାମିଲ ହେଲେ । ରେଡକ୍ରସ ସ୍ଵେଚ୍ଛାସେବୀ ଅରୁଣ ଦାସ, ସମାଜ ସେବୀ ମାନସ ମିଶ୍ର, ସଞ୍ଜୟ ପାତ୍ର, ପ୍ରଶାନ୍ତ ବାରିକ, ପି.ପଦ୍ମନାଭ ମୁଦୁଲି, ପ୍ରଭାତ ଦାସ, କାହ୍ନୁ ଚରଣ ପ୍ରଧାନ ଲୋକମାନଙ୍କୁ ଗଛ ଲଗେଇବାରେ ସହଯୋଗ କରିଥିଲେ । ଆଜି ଖୋର୍ଦ୍ଧା ଜିଲ୍ଲାର ବାଲି ପାଟନା ଅଂଚଳରେ ରିଲିଫ ବଣ୍ଟନ ସହ ପ୍ରାୟ ଚାରି ସହରୁ ଊର୍ଦ୍ଧ ବୃକ୍ଷରୋପଣ ଓ ବିତରଣ କରାଯାଇଛି ।

