

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ସୁଗୋ ଗ୍ରାମ ପଞ୍ଚାୟତର ଧାନ ସିମୁଳିଆ ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ଅବସର ପ୍ରାପ୍ତ ଶିକ୍ଷକ ତ୍ରିଲୋଚନ ବାରିକଙ୍କ ସଭାପତିତ୍ବରେ ଏକ ବିଶ୍ଵ ପୋଷଣ ମାସ ପାଳନ ଅବସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ କୁମାର ଜେନା ଯୋଗଦେଇ ପୋଷଣ ମାସ ପାଳନର ଉପାଦେୟତା ବାବଦରେ ଉପସ୍ଥିତ ଥିବା ମହିଳା ମାନଙ୍କୁ ଅବଗତ କରିବା ସହିତ ଆମ ଦେଶରେ ନବଜାତ ଶିଶୁର ମୃତ୍ୟୁହାର କମାଇବା ସହିତ ସୁସ୍ଥ ସନ୍ତାନର ଜନ୍ମକୁ ଲକ୍ଷ ରଖି ଗର୍ଭବତୀ ଓ ପ୍ରସୂତୀ ମା ମାନଙ୍କୁ ଯୋଗାଇ ଦେବା ପାଇଁ ସଚେତନତା ସୃଷ୍ଟି କରିବା ଏହି ପୋଷଣ ମାସ ପାଳନର ଲକ୍ଷ ବୋଲି ଉପସ୍ଥିତ ଥିବା ମା ମାନଙ୍କୁ ବୁଝାଇ ଥିଲେ । ସୁଗୋ ଗ୍ରାମ ପଞ୍ଚାୟତ ସରପଞ୍ଚ ଜୟନ୍ତି ପରିଡ଼ା, ସଦସ୍ୟାଙ୍କ ପ୍ରତିନିଧି ସଞ୍ଜୟ କୁମାର ମହାନ୍ତି, ଜଳେଶ୍ଵର ବ୍ଲକର ଅଙ୍ଗନୱାଡ଼ି ସଙ୍ଘ ସଭାନେତ୍ରୀ ବନଜା ଦାସ ଓ ସୁଗୋ ପଞ୍ଚାୟତର ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା, ସମସ୍ତ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗର୍ଭବତୀ ମହିଳା, ପ୍ରସୂତି ମହିଳା, କିଶୋରୀ ବାଳିକା ଓ ମହିଳା ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଆରତି ଚାନ୍ଦ, ସରସ୍ଵତୀ ସାହୁ, ସୁଜାତା ପାତ୍ର, ରେବତି ରାଜ୍, ଅନିତା ଦାସ ମହାପାତ୍ର, ସରିତା ମହାନ୍ତି, ସସ୍ମିତା ଦାସ, ପୁଷ୍ପଲତା କମିଳା, ଶାନ୍ତିଲତା ମହାନ୍ତି, ଶାନ୍ତିଲତା ଜେନା, ଯୋଗସ୍ମିତା କୁଅଁର, ଧନଞ୍ଜୟ ମହାପାତ୍ର, ପ୍ରଦୀପ ପାତ୍ର, ହରିଶଙ୍କର ରାଜ, ସୁଜିତ କୁମାର ଜେନା, ଶାନ୍ତିଲତା ବିର, ଅମିୟ ରଞ୍ଜନ ପାତ୍ର, ଜ୍ୟୋତ୍ସ୍ନା ରାଣୀ ମହାନ୍ତି, ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି ପରିଡା
