

ଛତ୍ରପୁର(ସମୃଦ୍ଧ ଓଡିଶା) ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱକପ୍ ହକି ଟୁର୍ନାମେଣ୍ଟ ପରିପ୍ରେକ୍ଷୀରେ ଗୁରୁବାର ଅପରାହ୍ନରେ ମାସ୍କଟ ଓଲି ଛତ୍ରପୁରଠାରେ ପହଞ୍ଚିଥିଲା। ଏହାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚୀ ହୋତା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ, ବିଡିଓ ସଚ୍ଚିଦାନନ୍ଦ ନାୟକ, ଜିଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ବିଜୁ ଯୁବ ବାହିନୀ ଓ ଜନସାଧାରଣ ସ୍ବାଗତ କରିଥିଲେ। ପରେ ଓଲି ଛତ୍ରପୁରରେ ପରିକ୍ରମା କରିଥିଲା। ପରେ ଛତ୍ରପୁର ଷ୍ଟାଡିୟମରେ ଫ୍ଲଡ୍ ଲାଇଟରେ ଅନୁଷ୍ଠିତ ହକି ଟୁର୍ନାମେଣ୍ଟ ସ୍ଥଳକୁ ଓଲିକୁ ଅଣାଯାଇଥିଲା। ଏଠାରେ ମଧ୍ୟ ସ୍ୱାଗତ ଜଣାଯାଇଥିଲା।
ରିପୋର୍ଟ:ନିମାଇଁ ଚରଣ ପଣ୍ଡା
