

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାନ ସଂଘ ପକ୍ଷରୁ ପବିତ୍ର କୁମାର ପୂର୍ଣ୍ଣିମା ଉତ୍ସବ ରାମଚନ୍ଦ୍ରପୁର ସ୍ଥିତ ବିଶ୍ୱନିକେତନ ଜରାନିବାସ ସମ୍ମିଳନୀ ପ୍ରକୋଷ୍ଠରେ ପାଳିତ ହୋଇଯାଇଛି । ବୟସ୍କ ମାନେ ଦେଵତୁଲ୍ୟ ଯୋଗୁଁ ଯଥା ସମ୍ମାନରେ ସମ୍ମାନିତ କରିବା ପୁର୍ଣ୍ୟ ମିଳିଥାଏ । ସେହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଉତ୍ସବରେ ମହାନ ସଂଘର ସଭାପତି ସୁଶାନ୍ତ ସାବତ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ହରି ପ୍ରସାଦ ମଲଣା, ହରିକୃଷ୍ଣ ମିଶ୍ର, ସୁଶୀଲ କୁମାର ମିଶ୍ର, ସଂଯୁକ୍ତ ମିଶ୍ର, ସଞ୍ଚୟୀତା ମିଶ୍ର, ଇଂ. ଭଗବାନ ବେହେରା, ସୁରେଶ ଚନ୍ଦ୍ର ତ୍ରିପାଠୀ, ସୁଶାନ୍ତ କୁମାର ଗୌଡ଼, ଚିତ୍ତ ରଞ୍ଜନ ପ୍ରଧାନ, ସବିତା ଗୌଡ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲା ବେଳେ ଗୋଦାବରୀ ଦାଶ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଭିଷ୍ମଚାର୍ଯ୍ୟ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ଓ ମିଷ୍ଠାନ ପ୍ରଦାନ କରାଯାଇଥିଲା ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା
