


ଭୁବନେଶ୍ୱର(ସମୃଦ୍ଧଓଡିଶା) ଗତ ମଙ୍ଗଳବାର ଦିନ ପୁଷ୍ଟିକର ସପ୍ତାହ ବିଶ୍ୱାସ ପ୍ରାଙ୍ଗଣରେ ପାଳିତ ହୋଇ ଯାଇ ଅଛି l ଏଥିରେ ପ୍ରଥମ ବର୍ଷ ବି.ଏସ.ସି ନର୍ସିଙ୍ଗ ଏବଂ ଜି.ଏନ.ଏମ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ଏବଂ ବହୁପ୍ରକାର ଖାଦ୍ୟ ଓ ତାର ପ୍ରଭାବ ଶରୀର ଉପରେ କିପରି ଆବଶ୍ୟକତା ଏବଂ ତାର କୁପ୍ରଭାବ ପରିଲକ୍ଷିତ ହୁଏ ସେ ସମ୍ବନ୍ଧରେ ଆଲୋଚନା ହୋଇଥିଲା I ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷl ପ୍ରଫେସର ସତ୍ୟଭାମା ମିଶ୍ର ଏବଂ ପାରାମେଡିକାଲ ବିଭାଗର ଅଧ୍ୟକ୍ଷ ଡାଃ ଅଭୟ କୁମାର ବାହିନୀପତି ଉଦଘାଟନ କରିଥିଲେ l ପ୍ରକଳ୍ପ ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ l ସର୍ବଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l
ରିପୋର୍ଟ : ରଜତ ମହାପାତ୍ର