ବିଶ୍ୱ ଏକାତ୍ମ ପରିଷଦ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଗଁଦିଆ ବ୍ଲକର ତେନ୍ତୁଳିଆ ମଠରେ ବିଶ୍ୱ ଏକାତ୍ମ ପରିଷଦ ତରଫରୁ ବୃକ୍ଷ ପୂଜନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ସଂଯୋଜକା ସୁଶ୍ରୀ ପୂର୍ଣ୍ଣିମାଙ୍କ ତତ୍ତ୍ୱବଧାନରେ ଏବଂ ମୁଖ୍ୟ ସଂଯୋଜକ ସନ୍ତୋଷ କୁମାର ରଥଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଜିଲ୍ଲା ସଂଯୋଜିକା କମଳା ମିଶ୍ର, ଢେଙ୍କାନାଳ ସଂଯୋଜିକା ବାସନ୍ତୀ ସାହୁଙ୍କ ସହଯୋଗରେ ଏକାତ୍ମ ପରିଷଦ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କୀର୍ତ୍ତନ ଓ ହରିନାମ ମଧ୍ୟରେ ପୂଜକ ଅମ୍ବୁଜ ମିଶ୍ର ବୃକ୍ଷ ପୂଜନ କରିବା ପରେ ନୂତନ ଭାବେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବା ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ଏହାପରେ ଏକ ସଭା ଶ୍ରୀଯୁକ୍ତ ରଥଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ, ମୁଖ୍ୟବକ୍ତା ରୂପେ ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରକୃତ ବନ୍ଧୁ ହରିହର ସାହୁ, ସମ୍ମାନିତ ଅତିଥି ରୁଢା ମଠ ତେନ୍ତୁଳିଆ ସରପଞ୍ଚ ଝରଣା ସାହୁ, ପୋରୁହଖୋଜ ସରପଞ୍ଚ ଶୁଭଦର୍ଶନୀ ପରିଡା, ପ୍ରକୃତ ବନ୍ଧୁ ଦଣ୍ଡଧର ସାହୁ, ଚିତ୍ତ ରଞ୍ଜନ କଅଁର ସମାଜସେବୀ ଗୋପାଳ ଚନ୍ଦ୍ର ରାଉତ, ବିଜୟ କୁମାର ମିଶ୍ର ଉପସ୍ଥିତ ହୋଇ ଉଦ୍ବୋଧନ ଦେଇଥିଲେ । କୁସିବା ମହିଳା କୀର୍ତ୍ତନ ମଣ୍ଡଳୀ କୀର୍ତ୍ତନ ପରିବେଷଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି