ବିଶ୍ୱ ଏଡ୍ସ୍ ଦିବସ ପାଳିତ : ମୂଳ ଉତ୍ପାଟନ ଲାଗି ସଚେତନତା ଲୋଡା

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏଡ୍ସ୍ ଭଳି ରାକ୍ଷସ ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ପ୍ରଚେଷ୍ଟା କରୁଥିବା ବେଳେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ପାରିଲେ ଏହାର ମୂଳ ଉତ୍ପାଟନ କରାଯାଇ ପାରିବ ବୋଲି ଆଜି ବିଶ୍ୟ ଏଡ୍ସ୍ ଦିବସ ଅବସରରେ ବିଭିନ୍ନ ସ୍ଥାନରେ ମତପ୍ରକାଶ ପାଇଛି । ଅଦ୍ୟାବଧି ବାଲେଶ୍ୱର ଜିଲାରେ ୧୪୬୦ଜଣ ଏଡ୍ସ୍ରୋଗି ଥିବା ବେଳେ କେବଳ ଜଳେଶ୍ୱରରେ ୧୪୧ ଜଣ ଚିକିତ୍ସିତ ହେଉଛନ୍ତି ଓ ୩୧ ଜଣଙ୍କର ମୃତ୍ୟୁ ଘଟିଛି । ତେଣୁ ସଚେତନାତ ଲାଗି ଗତକାଲି ଦିଗମ୍ବରୀ ଦେବୀ ଗ୍ରୁପ ଅଫ ଇନିଷ୍ଟିଚ୍ୟାସର ପରିସରରେ ଆଇନ୍ ତାଲକୁ ସେବା ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଳେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର ଅଧ୍ୟକ୍ଷତା କରି ଏପରି ଏକ ଭୟାବହତା ର ମୁକାବିଲା କରିବାପାଇଁ ସମାଜର ସବୁସ୍ତରରେ ସଚେତନାତାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ସିଭିଲ ଜଜ୍ ସିନିୟର ବିନୋଦ ବିହାରୀ ସାହୁ ଯୋଗ ଦେଇ ଏଡ୍ସ୍ ସଂପର୍କୀୟ ଆଇନ୍ ବିଶ୍ୱେଷଣ ଓ ସମାଜରେ ସାମଗ୍ରୀକ ଭାବେ ତାର ବିକାଶ କେବଳ ସଚେତନା ଦ୍ୱାରା ସମ୍ଭବ ହୋଇ ପାରିବ ବୋଲି କହିଥିଳେ । ସିଭିଲଜଜ୍ ଜୁନିୟର ବିଭାଗ ପରିତୋଷ ସେଠୀ ଓ ଜେଏମ୍ଏଫସି ସୁମିତ୍ରା ସାହୁ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ଦୃଢ ମାନସିକତା ଓ ସଚେତନତା ସୃଷ୍ଟି କରାଯାଇପାରିଲେ ଏହି ରୋଗର ମୂଳତ୍ପାଟନ ହୋଇ ପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ୱର ସିଏଚ୍ସିର ଭାରପ୍ରାପ୍ତ ଅଧିକାରୀ ଡା. ଗଣେଶ ଚନ୍ଦ୍ର ପାଳ, କାଉନ୍ସେଲର ରଶ୍ମିତା ମାଡାମ୍, ଆଇନ୍ଜିବୀ ପତିତପାବନ ପ୍ରଧାନ, ଶ୍ରୀକୃଷ୍ଣ ଗୁପ୍ତା ପ୍ରମୁଖ ଏଥିରେ ଯୋଗ ଦେଇ ସଚେତନତାକୁ ଗୁରୁତ୍ୱ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା