ବିଶ୍ୱ ଦକ୍ଷତା କେନ୍ଦ୍ରରେ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ : ଆତ୍ମନିର୍ଭରଶୀଳ ହେବା ପାଇଁ ଦକ୍ଷତା ବିକାଶ ଆବଶ୍ୟକ : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଭାରତ ସରକାରଙ୍କ ଷ୍ଟାର୍ସ (STARS) କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ପାଞ୍ଚ ଦିବସୀୟ ତାଲିମ କର୍ମଶାଳା ଆୟୋଜିତ ହୋଇଯାଇଛି । ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଇଲେକ୍‌ଟ୍ରୋନିକ୍ସ ଓ ହାର୍ଡୟୋର (ଫିଲï ଟେକନିସିଆନ୍‌-ଏୟାର୍‌ କଣ୍ଡିସନିଂ) କର୍ମବିଦ୍ୟା ପଢ଼ୁଥିବା ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନେଇ ଏହି କର୍ମଶାଳା ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆୟୋଜିତ କରାଯାଇଛି । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଆଜିର ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ ହେବାର ଆବଶ୍ୟକତା ରହିଛି । ଏଦି ଦିଗରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଏହି କର୍ମବିଦ୍ୟା ଓ ବିଶ୍ୱ ଦକ୍ଷତା କେନ୍ଦ୍ରର ତାଲିମ ପୂର୍ଣ୍ଣ ରୂପରେ ସହଯୋଗ କରିବ ବୋଲି ସେ କହିଛନ୍ତି । ଏଥିସହିତ ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଯୋଜନା ସମ୍ବନ୍ଧରେ ମଧ୍ୟ ଆଲୋକପାତ କରିଥିଲେ । ଅନ୍ୟପକ୍ଷେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଉପଲବ୍ଧ ୯ ଗୋଟି କର୍ମବିଦ୍ୟା ଯଥା- ଭର୍ଟିକାଲ୍‌ ଟ୍ରାନ୍ସପୋର୍ଟେସନ୍‌ , ମେକାନିକାଲ୍‌ ଆଣ୍ଡ ଇଲେକ୍‌ଟି୍ର୍ରିକାଲ୍‌ ସର୍ଭିସ୍‌ , ମେଟାଟ୍ରୋନିକ୍ସ , ପ୍ରିସିସନ୍‌ ଇଞ୍ଜିନିୟରିଂ, ସ୍ପେସକ୍ରାଫଫ ଇତ୍ୟାଦିରେ ଥିବା ସୁଯୋଗକୁ ବିନିଯୋଗ କରିବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ରଶ୍ମିତା ପଣ୍ଡା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍‌. ଆୟାର ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ଉପାଧ୍ୟକ୍ଷ ଡ. ଜିତାମିତ୍ରା ସତପଥି ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱତନ୍ତ୍ର ଅଧିକାରୀ ପ୍ରଫେସର ତିଳୋତ୍ତମା ସେନାପତି, ଉପନିର୍ଦ୍ଦେଶିକା ଶ୍ରୀମତୀ ସୁଶ୍ରୀ ସସ୍ମିତା ସାହୁ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ରିପୋର୍ଟ : ରଜତ ମହାପାତ୍ର ଓ ରୋଜାଲିନ୍‌ ସାହୁ,ଲୋକସଂପର୍କ ଅଧିକାରୀ