

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଶ୍ୱ ଦିବ୍ୟାଙ୍ଗ ଦିବସ ଓ ବାର୍ଷିକ ଉତ୍ସବ ଅବସରରେ ମୁକ, ବଧିର ଏବଂ ମାନସିକ ଅନଗ୍ରସର ସ୍ୱତନ୍ତ୍ର ବିଦ୍ୟାଳୟ ‘ଶ୍ରବଣ’ ତରଫରୁ ବାର୍ଷିକ ଉତ୍ସବ ଦେବୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଯୋଗ ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଡା. ସନାତନ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବଚନ ସହ ମାର୍ଗଦର୍ଶନ କରାଇଥିଲେ । ସମ୍ମାନିତ ଅତିଥି ରୂପେ କୁକୁଡାଖଣ୍ଡି ବିଇଓ ଏସ.ଗିରିଧର, ରଙ୍ଗେଈଲୁଣ୍ଡା ବିଇଓ ଶ୍ରୀମତୀ ପ୍ରଭାତୀ ମହାପାତ୍ର, ଏବିଇଓ ଲୋକନାଥ ପାଢ଼ୀ, ଡ଼ଃ ଦେବୀ ପ୍ରସନ୍ନ ମହାନ୍ତି, ସୁନୀଲ ଧଳ, ଲଡୁକେଶ ମିଶ୍ର, କେ.କ୍ରିଷ୍ଣାମୂର୍ତ୍ତି, ପ୍ରଫୁଲ୍ଲ ଜଗନ୍ନାଥ ପାଢ଼ୀ, ଲଳିତ ମଙ୍ଗରାଜ, ଶ୍ରୀମତୀ ରଶ୍ମିତା ପଣ୍ଡା ପ୍ରମୁଖ ସଭାରେ ଯୋଗ ଦେଇଥିଲେ । ଶୈଶବ ହଜିଲା ରାଜସ୍ତାନରେ ନାଟକ ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବାର୍ଷିକ କ୍ରୀଡାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଦେବୀ ପ୍ରସାଦ ସାହୁ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟକ୍ଷ ଚନ୍ଦ୍ରଶେଖର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ସୁଶ୍ରୀ ସୁମିତ୍ରା ନାୟକ ଏବଂ ପ୍ରଶାନ୍ତ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



