ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଶ୍ୱ ମାତୃଭାଷା ଅବସରରେ ଭାଷା ଆନ୍ଦୋଳନ ଓଡ଼ିଶା ପକ୍ଷରୁ ସଭାପତି ପଦ୍ୟୁମ୍ନ ଶତପଥୀ ଭାଷା ଆଇ ପ୍ରଣେତା ପ୍ରାକ୍ତନ୍ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଉତ୍କଳ ନିର୍ମାତା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଭାଷା ଆନ୍ଦୋଳନର ଶପଥ ପାଠ କରିଥିଲେ । ଆଜିଠାରୁ ଓଡ଼ିଆରେ କହିବା, ଲେଖିବା, ନିମନ୍ତ୍ରଣ ପତ୍ର ବି ଓଡ଼ିଆରେ ଦେବା ପାଇଁ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଲୋକମାନଙ୍କୁ ସଚେତନ କରାଯାଇଥିଲା ।