

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଶ୍ୱ ରକ୍ତଦାନ ଦିବସ ବ୍ରହ୍ମପୁରର ସ୍ବେଚ୍ଛାସେବୀ ରକ୍ତଦାନ ସଂଘ(ଏଭିବିଡ଼ି) ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରଥମେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ପଣ୍ଡା ରକ୍ତଦାନ କରିବା ପରେ ରକ୍ତଦାନର ମହତ୍ତ୍ୱ ଓ ଜୀବନ ରକ୍ଷା ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ବିଶ୍ୱ ରକ୍ତ ଦାନ ଦିବସରେ ଯୁବ ପିଢିଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ । ଏହି ଶିବିରରେ ସଂଘର କର୍ମକର୍ତ୍ତା ଓ ଯୁବପିଢ଼ି ବହୁ ପରିମାଣରେ ଯୋଗଦେଇ ରକ୍ତଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




