

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ବିଶ୍ୱ ଶିକ୍ଷା ଦିବସ ଅବସରରେ ହିନ୍ଦୋଳ ବ୍ଲକ ପାରିକୁଳ କନିଷ୍ଠ ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହୋଇଥିବା ୧୬ ଜଣ ଛାତ୍ରଛାତ୍ରୀଙ୍କୁ ଢେଙ୍କାନାଳ ସଚେତନ ନାଗରିକ ଫୋରମ ହିନ୍ଦୋଳ ଶାଖା ପକ୍ଷରୁ ଉପଢ଼ୋକଣ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଫୋରମର ସଭାପତି ପ୍ରଦ୍ୟୁମ୍ନ ରଥ ସଭାପତିତ୍ୱ କରିଥିଲେ l ଫୋରମର ହିନ୍ଦୋଳ ଶାଖା ସଭାପତି ମନୋଜ ପାଣିଗ୍ରାହୀ ଅତିଥି ପରିଚୟ କରାଇଥିବା ବେଳେ ସମ୍ପାଦକ ମନୋଜ ପାଳ ବିବରଣୀ ପାଠ କରିଥିଲେ ଓ ଜିଲ୍ଲା ସହସଂପାଦକ ତଥା ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର ସଭା ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ତଥା ଢେଙ୍କାନାଳ କ୍ରାନ୍ତିର ସଭାପତି ଦିପ୍ତୀଶ ପ୍ରସାଦ ପଟ୍ଟନାୟକ, ଫୋରମର ଉପସଭାପତି ପଙ୍କଜ ନାୟକ, ଜିଲ୍ଲା ସମ୍ପାଦକ ଭରତ କୁମାର ଦାସ, ମହିଳା ପ୍ରମୁଖ ପ୍ରିୟଦର୍ଶିନୀ ମହାପାତ୍ର, ଧରିତ୍ରୀ ମଲିକ, ଜୟନ୍ତ ଧଳ, ଦୀନବନ୍ଧୁ ସାହୁ, ଅଶୋକ ପୃଷ୍ଟି, ସୁଶାନ୍ତ ସାହୁ, ସନ୍ତୋଷ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l ଶେଷରେ ଫୋରମର ଜିଲ୍ଲା ଦଳିତ ସଭାପତି କୈଳାସ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l ପାରିକୁଳ କନିଷ୍ଠ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ମାନନୀୟ ସାଂସଦଙ୍କୁ ସ୍ଥାନୀୟ ଲୋକ ମାନେ ଦାବି ଜଣାଇଥିଲେ l


