ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ ଅବସରରେ ସ୍ଥାନୀୟ ତାଲୁକ ଆଇନ୍ ସେବା କମିଟି ପକ୍ଷରୁ ମ୍ୟୁନିସିପାଲ୍ଟିର ସିଦେ୍ଧଶ୍ୱର ହାରଇସ୍କୁଲ ପରିସରରେ ଏକ ସଚେତନାତ ଶିବିର ଆୟୋଜିତ ହୋଇ ଯାଇଛି । ଏଥିରେ ତାଲୁକ ସେବା କମିଟିର ଅଧ୍ୟକ୍ଷ ତଥା ଜଳେଶ୍ୱର କୋର୍ଟର ସବ୍ଜଜ୍ ବିନୋଦ ବିହାରୀ ସାହୁ ଅଧ୍ୟକ୍ଷତା କରିଥିଲେ । ସେ ଶିଶୁ ଶ୍ରମିକଙ୍କ ଲାଗି ଥିବା ବିଭିନ୍ନ ଆଇନ୍, ନିରାକରଣ ସଂପର୍କରେ ତର୍ଜମା କରି ଆବଶ୍ୟକସ୍ଥଳେ ଆଇନ୍ର ଆଶୟ ନେବାକୁ ପରାମର୍ଶ ଦେଇଥିଲେ । ଏଥିରେ ଓକିଲ ସଂଘର ସଭାପତି କୁଞ୍ଜ ବିହାରି ଦାସ ଓ ବରିଷ୍ଠ ଓକିଲ ଚିନ୍ମୟ କୁମାର ଦାସ, ସୁନିଲ କୁମାର ଜେନା, ପତିତ ପାବନ ପ୍ରଧାନ ତଥା ଶିକ୍ଷାବିତ୍ ଧରିତ୍ରୀ ଦାସ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ସମାଜରେ ଶିଶୁ ଶ୍ରମିକ ପ୍ରଥାକୁ ବିରୋଧ କରି ଉଚ୍ଛେଦ କରିବାକୁ ସାମାଜିକ ସ୍ତରରେ ସମସ୍ତେ ସଚେତନ ହେବାକୁ ନିବେଦନ କରିଥିଲେ । ଶେଷରେ ବିଦ୍ୟାଳର ପ୍ରଧାନ ଶିକ୍ଷକ ହରିଶଂକର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା