

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ବୁଧବାର ଦିନ ଖଲ୍ଲିକୋଟ କଲେଜ ଛକ ଠାରେ ରେଲୱେ ଶିଶୁ ସହାୟତା କେନ୍ଦ୍ର ଚାଇଲଡ ଲାଇନ ବ୍ରହ୍ମପୁର ଏବଂ ଚାଇଲଡ ଲାଇନ ଇଣ୍ଡିଆ ଫାଉଣ୍ଡେସନର ସହଯୋଗରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଇଛି । ଏହି ଅବସରରେ ମତାମତ ସହ ହସ୍ତାକ୍ଷର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ଅବସରରେ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ କରିବା ସହ ‘ଆମ ଅଧିକାର ଆମକୁ ଦିଅ’, ଶିଶୁ ଚାଲାଣକାରୀ ଦଲାଲଙ୍କୁ ଚିହ୍ନଟ କରି ଗିରଫ କରିବା, ଅପହୃତ ଓ ଯୌନ ନିର୍ଯ୍ୟାତନରୁ ମୁକ୍ତ ଏବଂ ସୁରକ୍ଷିତ କରିବା, ପାଠ ପଢିବା ପାଇଁ ସଠିକ ବ୍ୟବସ୍ଥା କରିବାର ବାର୍ତ୍ତା ନେଇ ଏଠାରେ ପ୍ଲାକାର୍ଡ଼ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଡା. ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ଏହାସହ ରେଲୱେ ଶିଶୁ ସହାୟତା କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଓ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


