


ଛତ୍ରପୁର(ସମୃଦ୍ଧ ଓଡିଶା)ବିଶ୍ୱ ସଙ୍ଗୀତ ଦିବସ ଉପଲକ୍ଷେ ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍ ଠାରେ କଳା ବିକାଶ କେନ୍ଦ୍ର, ଛତ୍ରପୁର ତରଫରୁ ସଂଗୀତ ସନ୍ଧ୍ୟା ଆସର ଅନୁଷ୍ଠିତ ହୋଇଯାଇଛି l ସଙ୍ଗୀତ ଗୁରୁ ଗଣେଶ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏବଂ ତାଙ୍କ ଶିଷ୍ୟ ମାନଙ୍କ ସୁନ୍ଦର ସଙ୍ଗୀତ ପରିବେଷଣ ଦର୍ଶକ ମାନଙ୍କୁ ଆତ୍ମବିଭୋର କରିବା ସହ ମଧୁର ସଂଗୀତ ପ୍ରେମରେ ବାନ୍ଧି ରଖିଥିଲା l ବସନ୍ତ ମହାପାତ୍ର, ଦିଲ୍ଲୀପ, ଜିତୁ, ଚୁନି, ନୀଳମାଧବ, ସୁଧାକର, ପ୍ରଦୀପ, ସୁପ୍ରଭାଙ୍କ ମଧୁର ସଙ୍ଗୀତ ଦର୍ଶକ ମାନଙ୍କ ମନମୁଗ୍ଧ କରିଥିଲା l ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ଅଶୋକ ଚୌଧୁରୀ, ବଟକୃଷ୍ଣ ତ୍ରିପାଠୀ, ଜଗନ୍ନାଥ ପଣ୍ଡା, ବିଶିଷ୍ଟ ସ୍ତମ୍ଭକାର ରାମଚନ୍ଦ୍ର ପଟ୍ଟନାୟକ, ସୁନାମଧନ୍ୟା ଲିଖିକା ସୁଜାତା ପଟ୍ଟନାୟକ, ସୁଧୀର କୁମାର ରଥ, କବି ପ୍ରଶାନ୍ତ କୁମାର ଶତପଥୀ, ଆଇନଜ୍ଞ ବି. ଶ୍ରୀନିବାସ, ଏ. ରାବଣା ରାଓ, ଏନ୍ ପ୍ରଭାକର, ଦୀପକ କୁମାର ଦାସ, ବଳରାମ ପଲେଇ, ଏବଂ ଆହୁରି ଅନେକ ସଙ୍ଗୀତ ପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ l [ଗଞ୍ଜାମ ଜିଲ୍ଲାରୁ ନିମାଇ ଚରଣ ପଣ୍ଡା ଙ୍କ ରିପୋର୍ଟ]