ରାଜଧାନୀରେ ହେବାକୁ ଥିବା ବିଶ୍ୱ ହକିଖେଳ ପାଇଁ ଛତ୍ରପୁରରେ ସଚେତନତା କାର୍ଯ୍ୟକ୍ରମ …

ଛତ୍ରପୁର (ସମୃଦ୍ଧ ଓଡିଶା)ଆସନ୍ତା ନଭେମ୍ବର ୨୮ରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପ୍‌ ପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ୧୮ ଜଣିଆ ସ୍କ୍ୱାଡ୍‌ରେ ଓଡ଼ିଶାର ଦୁଇ ହକି ତାରକା ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ରହିଛନ୍ତି। ସେହିପରି ଟିମ୍‌ ଇଣ୍ଡିଆ ଏଥର ମନପ୍ରୀତ୍‌ ସିଂହଙ୍କ ନେତୃତ୍ୱରେ ହକିର ଏହି ଶ୍ରେଷ୍ଠ ଇଭେଣ୍ଟରେ ଲଢ଼େଇ କରିବେ ।ତେବେ ଚଳିତ ବିଶ୍ୱକପ୍‌ରେ ପୁରୁଷ ହକି ଟିମ୍‌ର ଦୁଇ ତାରକା ପିଭି ସୁନୀଲ ଓ ରୁପିନ୍ଦର ପାଲ ସିଂହଙ୍କ ହକି ଷ୍ଟିକ୍‌ର ଯାଦୁ ଦେଖିବାକୁ ମିଳିବ ନାହିଁ। ଏମାନେ ବିଶ୍ୱକପ୍‌ କ୍ୟାମ୍ପ ପାଇଁ ଘୋଷିତ ୩୪ ଜଣିଆ ସ୍କ୍ୱାଡ୍‌ରେ ସାମିଲ ଥିଲେ ହେଁ ଚୂଡ଼ାନ୍ତ ୧୮ ଜଣିଆ ତାଲିକାରୁ ବାଦ୍‌ ପଡ଼ିଛନ୍ତି।ଆସନ୍ତା ନଭେମ୍ବର ୨୮ରେ ଟିମ୍‌ ଇଣ୍ଡିଆ ତା’ର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ସେହିପରି ଡିସେମ୍ବର ୧୩ ଯାଏ ଚାଲିବାକୁ ଥିବା ଏହି ହକି ମହାକୁମ୍ଭରେ ସମୁଦାୟ ୧୬ଟି ଦଳ ଭାଗ ନେବେ। ହକି ଇଣ୍ଡିଆ ପକ୍ଷରୁ ଘୋଷିତ ଦଳରେ ୨ ଜଣ ଗୋଲକିପର୍‌ ପିଆର୍‌ ଶ୍ରୀଜେସ ଓ କ୍ରିଷ୍ଣ ବାହାଦୂର ପାଠକ ରହିଛନ୍ତି। ଡିଫେଣ୍ଡର ଭାବେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ସମେତ ହରମନପ୍ରୀତ ସିଂହ, ବରୁଣ କୁମାର, କୋଠାଜିତ ସିଂହ ଓ ସୁରେନ୍ଦ୍ର କୁମାର ରହିଛନ୍ତି। ମିଡ୍‌ଫିଲ୍ଡର ଭାବେ ଅଧିନାୟକ ହରମନ୍‌ପ୍ରୀତ୍‌ଙ୍କ ସମେତ ଚିଙ୍ଗଲେନସାନ ସିଂହ କାଙ୍ଗୁଜାମ(ଉପ ଅଧିନାୟକ), ନୀଳକଣ୍ଠ ଶର୍ମା,ହାର୍ଦ୍ଦିକ ସିଂହ ଓ ସୁମିତ ରହିଛନ୍ତି। ଫରୱାର୍ଡ ଦାୟିତ୍ୱ ଆକାଶ ଦୀପ ସିଂହ, ମନଦୀପ ସିଂହ, ଦିଲପ୍ରୀତ ସିଂହ, ଲଳିତ କୁମାର ଉପାଧ୍ୟାୟ, ସିମରନ୍‌ଜିତ୍‌ ସିଂହଙ୍କୁ ଦିଆଯାଇଛି। ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ଏହି  ବିଶ୍ୱ ହକିଖେଳ ଉପରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଛତ୍ରପୁର ବିଧାୟକ  ପ୍ରିୟାଂଶୁ  ପ୍ରଧାନଙ୍କ  ନେତୃତ୍ୱରେ ବିଶ୍ୱ ହକିଖେଳ ସମ୍ପର୍କରେ  ପୁର୍ବତନ କାଉନସିଲର ଚନ୍ଦ୍ର ଶେଖର ରାଓ, ରାବଣା ରାଓ, ଆଦି ରେଡି, ରବି ସାହୁ, ଟି.ଚନ୍ଦ୍ରଶେଖର, ମୋହନ ରେଡି, ତାପସ ବେହେରା, ଗଣେଶ, ଟିଟୁ ସୋନୁ ପଢି, ସୀମା ଗୌଡ଼, ରାଜି ବେହେରା, ଅନ୍ୟାୟା ଦୋରା, ରମା ରାଓ, ରାଜୀବ ରାଓ, କ୍ରୀଡା ବିଭାଗ ଅଧିକାରୀ, ବାଦଲ ପାଣ୍ଡେ, ଗଞ୍ଜାମ ପୋଲିସ ବିଭାଗର ହକି ଖେଳାଳୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ପୁଣି ୧୫ତାରିଖ  ଦିନ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କ ନେତୃତ୍ୱରେ ଜନସାଧାରଣଙ୍କ ସହଯୋଗରେ ସଚେତନତା ସୃଷ୍ଟି କରିବାପାଇଁ ଛତ୍ରପୁର    ସହର ପରିକ୍ରମା କରି ରାତିରେ ସ୍ପଟ ଲାଇଟ ଦ୍ୱାରା ହକି ମେଚ ହେବାର କାର୍ଯ୍ୟକ୍ରମ ରହିଛି । ଆମ ଭୁବନେଶ୍ୱର ପ୍ରତିନିଧି ଜଣାଇଛନ୍ତି ଯେ, ଓଡ଼ିଶାରେ ଆୟୋଜିତ ପୁରୁଷ ହକି ବିଶ୍ୱକପ୍‌ ଖୁବ୍‌ କମ୍‌ ଦିନ ଥିବା ବେଳେ ଆଜି  ଭାରତୀୟ ଦଳ ଘୋଷଣା ହୋଇଛି। ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଥିବା ଭାରତୀୟ ଟିମ୍‌ରେ ଓଡ଼ିଶାରୁ ୨ ଜଣ ଯୁବ ତାରକାଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ। ଆଉ ମାତ୍ର ୧୯ ଦିନ ପରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ବହୁ ପ୍ରତୀକ୍ଷିତ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ସୂଚନାଯୋଗ୍ୟ ପୁରୁଷ ହକି ବିଶ୍ୱକପ୍‌ ପାଇଁ ଯୋରଦାର ପ୍ରସ୍ତୁତି ଚାଲିଛି। ଆଗାମୀ ନଭେମ୍ବର ୨୮ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ମନପ୍ରୀତ ସିଂହଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ପଡ଼ିଆକୁ ଓହ୍ଲାଇବ। ଚିଙ୍ଗଲେନସାନା ସିଂହ କାଙ୍ଗୁଜାମ ହେଉଛନ୍ତି ଭାରତୀୟ ଟିମ୍‌ର ଉପ-ଅଧିନାୟକ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଟିମ୍‌ ତା’ର ଅଭିଯାନ ଆରମ୍ଭ କରିବ। ଟିମ୍‌ରେ ପିଆର ଶ୍ରୀଜେସ ଓ ବାହାଦୂର ପାଠକଙ୍କୁ ଗୋଲକିପର ରଖାଯାଇଛି।ମସ୍କାଟ ଠାରେ ଅନୁଷ୍ଠିତ ହିରୋ ଏସିଆ ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ଟିମ୍‌ରେ ସାମିଲ ନଥିବା ଓଡ଼ିଶାର ଅଭିଜ୍ଞ ସଂପନ୍ନ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରାଙ୍କ ସହିତ ଅମିତ ରୋହିଦାସ ଟିମ୍‌କୁ ଫେରିଛନ୍ତି। ସେହିଭଳି ସୁରେନ୍ଦ୍ର କୁମାର, କୋଥାଜିତ ସିଂହ ଓ ୨୦୧୬ ଜୁନିଅର ବିଶ୍ୱକପ ବିଜେତାର ସଦସ୍ୟ ହରମନପ୍ରୀତ ସିଂହ ଓ ବରୁଣ କୁମାରଙ୍କୁ ମଧ୍ୟ ଟିମ୍‌ରେ ସ୍ଥାନ ମିଳିଛି।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା