



ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକର ବି.ତୁରୁବୁଡି ରାଜୀବ ଗାନ୍ଧୀ ସେବାଶ୍ରମ ଠାରେ ‘ମୋ ଗେହ୍ଲା ଝିଅ’ ଜିଲ୍ଲାସ୍ତରୀୟ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହ ଆସିକା ସାଂସଦ ପ୍ରମିଳା ମଲ୍ଲିକ, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ସିଡିଏମଓ, ଦିଗପହଣ୍ଡି ବିଡ଼ିଓ, ସିଡିପିଓ ଓ ସ୍ଥାନୀୟ ସରପଞ୍ଚ ଏବଂ ବିଜେଡି ଦଳର ବହୁ ନେତା ଓ କର୍ମୀମାନେ ଅଂଶ ଗ୍ରହଣ କରିଥିଲେ । ଏଠାରେ ପ୍ରାୟ ତୁରୁବୁଡି ପଂଚାୟତର ୫୦ ଜଣ କୁନି ଝିଅ ଏବଂ କଣ୍ଡେଶ୍ଵର ଗ୍ରାମର ୩ଜଣ କୁନି ଝିଅଙ୍କୁ ସମ୍ମାନିତ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




