

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ ବି. ପିତାମ୍ବରପୁର ଗ୍ରାମରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୦ତମ ଗଣରାଜ୍ୟ ଦିବସ ପାଳନ କରାଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦାମୋଦର ପାଢ଼ୀଙ୍କ ନେତୃତ୍ଵରେ ସମସ୍ତ ସହକାରୀ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଗ୍ରାମ ପରିକ୍ରମା କରି ଗଣରାଜ୍ୟ ଦିବସରେ ପୂର୍ବସ୍ୱର୍ଗୀମାନଙ୍କୁ ମାନେ ପକାଇଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ରାମଧୂନ ସଙ୍ଗୀତ ଗାନ କରି ଗ୍ରାମ ପରିକ୍ରମା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ମହାତ୍ମାଗାନ୍ଧୀ, ଜବାହାରଲାଲ ନେହେରୁ, ସୁବାସ ବୋଷ, ଆଦି ମହାପୁରୁଷମାନଙ୍କର ରୂପ ସଜ୍ଜାରେ ସଜା ହୋଇଥିବା ବେଳେ ଜଣେ ଛାତ୍ରୀ ଭାରତମାତାରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରିବା ବେଳେ ବେଶ ଆକର୍ଷଣୀୟ ମାନେ ହେଉଥିଲା । ଗ୍ରାମ ପରିକ୍ରମା ପରେ ବିଦ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନ ଶିକ୍ଷକ ଦାମୋଦର ପାଢ଼ୀ ଅଭିବାଦନ ଗ୍ରହଣ କରିଥିଲେ । ପରେ ଏକ ସଭାର ଆୟୋଜନ କରାଯାଇ ପୂର୍ଵସ୍ୱର୍ଗୀମାନଙ୍କ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ଗ୍ରାମ କମିଟି ସଭାପତି ଓ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହି ମିଷ୍ଟାନ ବଣ୍ଟନ କରିଥିଲେ । ଏହି ନୂତନ ଧରଣର କାର୍ଯ୍ୟକ୍ରମକୁ ଦେଖିବା ପରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଧାନ ଶିକ୍ଷକ, ଶିକ୍ଷକଗଣ ଓ ଚାତ୍ରଛାତ୍ରୀମାନକୁ ସାଧୁବାଦ ଜଣାଇଛନ୍ତି ।
ରିପୋର୍ଟ : ଦାମୋଦର ପାଢ଼ୀ









