ବି.ବି ହାଇସ୍କୁଲ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଏଡସ ସଚେତନତା ରାଲି…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ସମରଶିକ୍ଷାର୍ଥୀ ସ୍ଥଳ ବାହିନୀ କ୍ୟାଡେଟ ମାନକ ଦ୍ୱାରା ଏକ ଏଡ଼ସ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୭୦ଜଣ ଏନସିସି କ୍ୟାଡେଟ ଅଂଶ ଗ୍ରହଣ କରି ଜନସାଧାରଣଙ୍କୁ ଏଡ଼ସର ଭୟାବହତା ଓ ଏଥିରୁ ବଞ୍ଚିବାର ଉପାୟ ସମ୍ପର୍କରେ ବୁଝାଇଥିଲେ । ଏହି ରାଲିରେ କ୍ୟାଡେଟ ମାନେ ବିଭିନ୍ନ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ । ମୁଖ୍ୟ ସ୍ଲୋଗାନ ଥିଲା KNOW AIDS. NO AIDS । ରାଲିର ପ୍ରାରମ୍ଭରେ ଏନସିସି ଚିଫ ଅଫିସର ସୁଭାଷ କୁମାର ନନ୍ଦ ଏଡ଼ସ କଣ, କିପରି ଏହା ବ୍ୟାପୁଛି, ଏଥିରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ବୁଝାଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି