ବୁଗୁଡ଼ା ପିପୁଲ୍ସ କଲେଜରେ ୪୭ ତମ ପ୍ରତିଷ୍ଠା ଦିବସ ପାଳିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଆଜି ( ମଙ୍ଗଳବାର) ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପିପୁଲ୍ସ କଲେଜ ଠାରେ ଦିବା ୧୦ ଘଣ୍ଟିକା ସମୟରେ ୪୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କଲେଜ ଅଧ୍ୟକ୍ଷ ହରେକୃଷ୍ଣ ନାୟକଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଚିବ ଡ଼ଃ. କୁଳମଣି ଓଝା ମୂଖ୍ୟ ଅତିଥି ଭାବେ ଯୋଗଦେବା ସହ ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ କୁମାର ସ୍ବାଇଁ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ, ଏଥି ସହିତ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ପ୍ରତିଷ୍ଠାତା ସଦସ୍ୟ ରେବତୀ ମୋହନ ନାୟକ ଓ ଡଃ. ଦୟାନିଧି ରାଉତ, ପୂର୍ବତନ ଇତିହାସ ବିଭାଗର ମୂଖ୍ୟ ଡଃ. ଶ୍ୟାମାପ୍ରସାଦ ମିଶ୍ର, କଲେଜ ପରିଚାଳନା ସମିତି ସଭାପତି ରଜନି କାନ୍ତ ଭଟ୍ଟ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଭାଗର କୃତ୍ତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ପ୍ରାକ୍ତନ କର୍ମଚାରୀ ପାଖାପାଖି ୨୫ ଜଣ ଉପସ୍ଥିତ ଥିଲେ। ଇତିହାସ ବିଭାଗର ମୂଖ୍ୟ ଡଃ. ପ୍ରଦିପ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଇ କ୍ୟୁ ଏ ସି କୋଡିନେଟର୍ ଅକ୍ଷୟ କୁମାର ସାହୁ ବିବରଣୀ ପଠନ ଏବଂ ଆଇ କ୍ୟୁ ଏସି କୋ କୋଡିନେଟର ବିନୋଦ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ : ରାଜତ ପଟ୍ଟନାୟକ