
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବୁଗୁଡା ବସଷ୍ଟାଣ୍ଡ ନିକଟରେ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତ ବେତାରସିଙ୍ଗି ଗ୍ରାମର ବରିଷ୍ଠ ବିଜେଡି କର୍ମୀ ଧନୁର୍ଦ୍ଧର ବେହେରା ଓ ତୁଳସୀ ବେହେରାଙ୍କ ନେତୃତ୍ୱରେ ୧୫୦ରୁ ଉର୍ଦ୍ଧ୍ବ ବିଜେପି ପରିବାର ଓ ସଙ୍କୁରୁ ପଞ୍ଚାୟତ କାନକୁଟୁରୁ ଗ୍ରାମର ବରିଷ୍ଠ ବିଜେଡି କର୍ମୀ ବିଷ୍ଣୁ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ୍ବ ବିଜେପି ପରିବାର ମୋଟ ୨୦୦ ବିଜେପି ପରିବାର ବିଜେପି ଦଳ ତ୍ୟାଗ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନୂତନ ଭାବେ ଯୋଗ ଦେଇଥିବା କର୍ମୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା