

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିରଞ୍ଚିନାରାୟଣ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ବୁଧବାର ଦିନ ମାଗଣା ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଛି । ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏଲିମେଣ୍ଟାରୀ ବିଭାଗର ଶିକ୍ଷୟିତ୍ରୀ କାଦମ୍ବିନୀ ପାଣିଗ୍ରାହୀ ଓ ଲକ୍ଷ୍ମୀପ୍ରିୟା ବେହେରା ଘରକୁ ଘର ବୁଲି ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟ ପୁସ୍ତକ ବଣ୍ଟନ କରିଥିଲେ । ପୁସ୍ତକ ବଣ୍ଟନ ସମୟରେ କରୋନା ମହାମାରୀ ରୋକିବା ପାଇଁ ଅଭିଭାବକମାନଙ୍କୁ ଶିକ୍ଷୟିତ୍ରୀମାନ ବୁଝାଇବା ସହ ଜନସଚେତନତା ସୃଷ୍ଟି କରିଥିଲେ ।
ରିପୋର୍ଟ ଡ଼ଃ କୁମୁଦ ଚନ୍ଦ୍ର ବେହେରା
