

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡା ଏନଏସି ଧର୍ମଶାଳା ପଡିଆଠାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ହରିଚନ୍ଦ୍ର ଯୋଜନା ହିତାଧିକାରୀମାନକଙ୍କୁ, କ୍ରୀଡା ଉପକରଣ ବିଜୁ ଯୁବ ବାହିନୀ ସଭ୍ୟମାନଙ୍କୁ ବିଧବା ଓ ବାର୍ଦ୍ଧକ୍ୟ ଭର୍ତ୍ତା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବୁଗୁଡା ଏନଏସି କାର୍ଯ୍ୟନିର୍ବାହି ଅଧିକାରୀଙ୍କ ସହ ବହୁ ମାନ୍ୟଗଣ ବ୍ୟକ୍ତି ଏବଂ ଏସହେଚଜି ଗୋଷ୍ଠୀ ୱାର୍ଡ ବାସୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


