ବୁଗୁଡା ନଗର ବିଜେଡି ଓ ନାଗରିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧,୧୫,୦୦୦ ଟଙ୍କା ଦାନ…

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳର କର୍ମକର୍ତ୍ତା ଓ କେତଜଣ ବାଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧,୧୫,୦୦୦ ଟଙ୍କା ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ମାଧ୍ୟମରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏହି ସମୟରେ ବୁଗୁଡା ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନା ମଧ୍ୟ ଉପସ୍ଥିତ ଥିଲେ । ଏହି ସହାୟତା ରାଶିରୁ ବିଜେଡି କର୍ମକର୍ତ୍ତା ବୃନ୍ଦ ୫୩ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଏନଏସିର ବାଦାନ୍ୟ ବ୍ୟକ୍ତି ବୃନ୍ଦ ୬୨ ହଜାର ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ଲକ ଡାଉନ ଘୋଷଣା ଯୋଗୁଁ ସବୁଠି କାର୍ଯ୍ୟ ବନ୍ଦ ହେବା ପରେ ଗରିବ ଲୋକଙ୍କୁ ଉଭୟ ସରକାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏଣେ ସମସ୍ତ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଯୋଗୁଁ ସରକାରଙ୍କ ରାଜକୋଷକୁ ଅର୍ଥ ପ୍ରତିବନ୍ଧକ ସାଜିଛି । ଏହି ପରିସ୍ଥିତିକୁ ହୃଦୟଙ୍ଗମ କରି ବିଭିନ୍ନ ରାଜନୈତିକ ଦଳର ଜନପ୍ରତିନିଧି, ବିଭିନ୍ନ ବଦାନ୍ୟ ବ୍ୟକ୍ତିବୃନ୍ଦ ଏବଂ ସରକାରୀ ଓ ବେସରକାରୀ କର୍ମଚାରୀ ବୃନ୍ଦ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଗଭର ହୋଇଛନ୍ତି । ଯାହା ଫଳରେ ସରକାରଙ୍କ ଆର୍ଥିକ ସ୍ଥିତି କିଛି ପରିମାଣରେ ସୁଧୀରି ପାରିବ । ଆଜିର ଏହି ଆର୍ଥିକ ସହାୟତା ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ଏନଏସି ବିଜେଡି କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ ।

ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା